ଲେପ୍ରୋସ୍କୋପି ଦ୍ଵାରା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର

ଛତ୍ରପୁର  (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ତର ରେ ଲେପ୍ରୋସ୍କୋପି ଦ୍ଵାରା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରୀୟ  ସ୍ଵତନ୍ତ୍ର ଡ଼ାକ୍ତର ଟିମ ସହ ମୁନିଶିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା ସ୍ଵାଧୀନ ରଥ ଙ୍କ ତତ୍ୟବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାର ଉଦ୍ଘାଟନି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ଆଇନଜୀବି ପଦ୍ମ ଚରଣ ସାହୁ, ପୂର୍ବତନ ସମିତି ସଭ୍ୟ ଏନ୍ ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ, ଯୁବ ନେତା ବାନୋଜ ନାହାକ, ପ୍ରତାପ ସେନାପତି ଯୋଗ ଦେଇ ଏହାର ଉଦଘାଟନ କରିଥିଲେ l ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ, ଆଶା କର୍ମୀ ଉପଷ୍ଟିତ ଥିଲେ । ଡାକ୍ତର ମୁକ୍ତିକାନ୍ତ ନାୟକ ଅସ୍ତ୍ରୋପଚାର କରିଥିଲେ । ୬୦ ରୁ ଉର୍ଦ୍ଧ  ଅସ୍ତ୍ରୋପଚାର ନିମନ୍ତେ ପଞ୍ଜୀକୃତ କରିଥିଲେ।  ଶେଷରେ ପୋଟଲାମପୂର୍ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବି ପି ଏ ମ୍ ସିମଞ୍ଚଳ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ