ସର୍ବଭାରତୀୟ ଧର୍ମଘଟ : ସଫଳତା ଲାଗି ସମବାୟ ଚିନିଶିଳ୍ପ ମୁଖ୍ୟଫାଟକରେ ପଥପ୍ରାନ୍ତ ସଭା

ଆସିକା  (ୱାଇଏନ୍‍ଏସ୍‍) : ଶ୍ରମିକ ବିରୋଧୀ ଶ୍ରମକୋର୍ଡ ବାତିଲ୍‍ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଅସ୍ଥାୟୀ ଠିକା ନିଯୁକ୍ତି ଓ ଆଉଟସୋର୍ସିଂ ପ୍ରଥା ବନ୍ଦ କରି ସମାନ କାମକୁ ସମାନ ମଜୁରୀ ଦେବା, ସର୍ବନିମ୍ନ ମାସିକ ପେନ୍‍ସନ୍‍ ୯ ହଜାର ଟଙ୍କା ପ୍ରଦାନ ସହ ସମସ୍ତ ଶ୍ରମଜିବୀଙ୍କୁ ସାମାଜିକ ପେନସନ୍‍ ଯୋଗାଣ ସମେତ ଅନ୍ୟାନ୍ୟ କେତେକ ଦାବୀ ପୂରଣ ଲାଗି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍‍ର ମିଳିତ ଡାକରାରେ ଆସନ୍ତାକାଲି ଅର୍ଥାତ୍‍ ବୁଧବାର ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟକୁ ଆସିକାରେ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ବିଭିନ୍ନ ଟ୍ରେଡ୍‍ ୟୁନିୟନ୍‍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ସର୍ବଭାରତୀୟ ଧର୍ମଘଟ ଓ ହରତାଳକୁ ସଫଳ କରିବା ଲାଗି ମଙ୍ଗଳବାର ଅପରାହ୍ନରେ ଆସିକା ସମବାୟ ଚିନିଶିଳ୍ପ ମୁଖ୍ୟଫାଟକ ନିକଟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ଅନୁବନ୍ଧିତ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବରିଷ୍ଟ ଆଇନଜୀବୀ ବିଦେଶୀ ନାହାକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମଘଟ ଡାକରାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଶ୍ରମିକମାନଙ୍କ ମୌଳିକ ଗଣତାନ୍ତ୍ରିକ ଅଧିକାରକୁ ଗୁରୁତର ଭାବେ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ କର୍ପୋରେଟ୍‍ କର୍ମସୂଚୀର ଏକ ପ୍ରମୁଖ ଅଂଶ ଶ୍ରମ ସଂହିତା (ଲେବର୍‍ କୋର୍ଡ)ର କାର୍ଯ୍ୟକାରିତା ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି ପ୍ରକାଶ କରି ସରକାରଙ୍କ ଶ୍ରମ ଆଇନ ବିରୋଧରେ ହେବାକୁ ଥିବା ୧୨ ଘଣ୍ଟିଆ ହରତାଳ ଓ ଧର୍ମଘଟକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିବା ଲକ୍ଷ୍ୟ କରାଯାଇଥିଲା । ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆସିକା ସମବାୟ ଚିନିଶିଳ୍ପ ମୁଖ୍ୟ ଫାଟକ ନିକଟରେ ଅନୁଷ୍ଠିତ ହୋଇଥିବା ପଥପ୍ରାନ୍ତ ସଭାରେ କର୍ମଚାରୀ ସଂଘର ସଂପାଦକ ଶିବରାମ ରାଉଳ, ସହସଂପାଦକ ନାଗେଶ୍ୱର ରାଓ, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଏମ୍‍.ରାମବାବୁ ଦୋରା, ସଂଘର ସକ୍ରିୟ ସଦସ୍ୟ ବାଇଧର ନାହାକ, ତ୍ରିନାଥ ବେହେରା, ସୁରଜ ଗୌଡ, ହରି ବାରିକ, ଟୁନା ବିଶ୍ୱାଳ, ପ୍ରିୟବ୍ରତ ପାତ୍ର, କପିଳେଶ୍ୱର ଜେନା, ରବିନ୍ଦ୍ର ମହାରଣା, ହାଡୁ ପାତ୍ର, ସୁବାସ ପାତ୍ର, ସନ୍ତୋଷ ଗୌଡ, ବିଜୟ କୁମାର ନାହାକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ