ମୋଟର ଚାଳକ ସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ: ଠପ୍ ହେଲା ଯାତ୍ରୀ ପରିବହନ
ହାଟଡିହି (ପାର୍ଥ ସୌରଭ ସା) ସାତ ଦଫା ଦାବିନେଇ ଓଡ଼ିଶା ମୋଟର ଚାଳକ ସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଆଜି ଠାରୁ ଆରମ୍ଭ ହୋଇଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ଏହି ଆନ୍ଦୋଳନରେ ଅଟୋ ଚାଳକ ମାନେ ସାମିଲ ହୋଇଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏପରିକି ଆଜି ଅନେକ ସ୍ଥାନରେ ଲୋକମାନେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଆଜି ସକାଳୁ ସକାଳୁ ମୋଟର ଚାଳକ ସଂଘର କର୍ମକର୍ତ୍ତା ମାନେ ହାଟଡିହି ବ୍ଲକ ଛକ ନିକଟରେ ସମବେତ ହେଇ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିଲା। ସେମାନଙ୍କର ଦାବି ଅନୁଯାଇ ଓଡିଶା ମୋଟର ଟ୍ରାନ୍ସଫର ଡ୍ରାଇଭର ଏଂବ ୱାରକର ୱେଲଫୋର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରିବା, ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ମାନଙ୍କର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ଏକ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରିବା, ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାର ନିର୍ମାଣ, ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କି. ମି ଅନ୍ତରରେ କରାଯାଉ, ଓଡିଶାରେ ଥିବା ପ୍ରତ୍ୟକ ଖଣି ଖାଦନ ଗୁଡିକରେ ଶତକଡା ୭୦ ଭାଗ ଓଡିଶାର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ, ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ଆଦି ଦାବିରେ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନ ହେବା ଯାଏଁ ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି l ସେମାନଙ୍କ ଅଭିଯୋଗ ଯେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ବିଧାୟକ ଥିବା ବେଳେ ସେମାନଙ୍କ ଦାବି କୁ ସମର୍ଥନ କରି ବିଧାନସଭାରେ ଉଠାଇ ଥିଲେ। ତେଣୁ ଏବେ ସେ ମୂଖ୍ୟମନ୍ତ୍ରୀ ସମୟରେ ଆମ ଦାବି ପୂରଣ କରନ୍ତୁ ବୋଲି ଦାବି କରିଥିଲେ। ପୁର୍ଣ୍ଣ ଚନ୍ଦ୍ର ଜେନା, ଚିତ୍ତ ରଞ୍ଜନ ପହି, ହେମନ୍ତ ସାହୁ, ପ୍ରଫୁଲ୍ଲ ଜେନା,ନାରାୟଣ ଶଙ୍ଖୁଆ, କାଳନ୍ଦୀ ଦୋରା, ମକରଧ୍ବଜ ଯେନା, ଗୌରାଙ୍ଗ ଜେନା, ଦୟାନିଧି ଜେନା, ଗଜେନ୍ଦ୍ର ମହାରଣା, ବୁଦ୍ଧିରାମ ମୁର୍ମୁ, ମଧୁସୂଦନ ବେହେରା, ପ୍ରଦୀପ କୁମାର ପାତ୍ର, ଅର୍ଜୁନ ମୁର୍ମୁ, ବସନ୍ତ ପାତ୍ର, ମାନସ କୁମାର ରଣା,ରମେଶ ଚନ୍ଦ୍ର ପାତ୍ରଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ।


