ବକେୟା ଦରମା ପ୍ରଦାନ ଦାବିରେ ମେଡିକାଲ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସା ଳୟରେ କାର୍ଯ୍ୟରତ ମେଡିକାଲ କର୍ମଚାରୀମାନଙ୍କୁ ଗତ ୧ ମାସ ହେବ ଦରମା ମିଳିନଥିବାବେଳେ ଓ ପିଏଫ୍ ଠିକ୍ ସମୟରେ ଜମା କରାଯାଉନଥିବା ଅଭିଯୋଗ କରିଛନ୍ତି । ଏ ନେଇ କର୍ମଚାରୀମାନେ ଗତ ସୋମବାର ଦିନ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ସିଡିଏମଓ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରି ପ୍ରତିବାଦ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଏଲ ଏଣ୍ଡ କେ ନାମକଏକଠିକାସଂସ୍ଥାଦ୍ୱାରାନିଯୁକ୍ତହୋଇସିକୁ୍ୟରିଟି,ଆଟେଣ୍ଡାଣ୍ଟ,ହେଲପ ଡେସ୍କ ଏବଂ ସଫେଇ କର୍ମଚାରୀ ମୋଟ ୩୫୦ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ଠିକ୍ ସମୟରେ ଦରମା ପ୍ରଦାନ ନକରିବା,ଇପିଏଫ୍ ସବୁ ମାସରେ ଜମା କରାଯାଉନଥିବା ଅଭିଯୋଗ ହୋଇ ଆସୁଛି । ସ୍ୱଳ୍ପ ଦରମାରେ କର୍ମଚାରୀମାନେ କାମ କରୁଥିବାବେଳେ ଠିକ ସମୟରେ ଦରମାମିଳୁନଥିବାରୁକର୍ମଚାରୀମାନେ ପରିବାର ପ୍ରତିପୋଷଣ କରିବାରେ ନାହିଁନଥିବା ଅସୁବିଧାରେ ପଡୁଛନ୍ତି । ଏନେଇ ବିଗତ ଦିନରେଆନେ୍ଦାଳନ କରାଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା କର୍ଣ୍ଣପାତ କରୁନାହାଁନ୍ତିପ୍ରତ୍ୟେକମାସଠିକ୍ସମୟରେଦରମାପ୍ରଦାନକରାଯାଉନଥିବା ଯୋଗୁଁ କର୍ମଚାରୀ ପରିବାର ପ୍ରତିପୋଷଣରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ସିଡିଏମଓ ଡାକ୍ତର ବିନୋଦ ବିହାରୀ ମିଶ୍ର ଆନେ୍ଦାଳନରେ ବସିଥିବା କର୍ମଚାରୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ଦରମା ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଠିକା କର୍ମଚାରୀମାନେ ଆନେ୍ଦାଳନରୁ ଓହରିଥିଲେ । ଏ ନେଇ ହସ୍ପିଟାଲ ମ୍ୟାନେଜର ସୌଭାଗ୍ୟ ରଞ୍ଜନ ମହାରଣାଙ୍କ ପଚାରିବାରୁ କର୍ମଚାରୀଙ୍କ ଦରମା ଆଜି ମଞ୍ଜୁର ହୋଇଥିବାରୁ ଆସନ୍ତାକାଲି ପ୍ରଦାନ କରାଯିବ ବୋଲି କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ