ସୁଭଦ୍ରା ଶକ୍ତି ମେଳା କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

କୋଣାର୍କ (ଓ୍ବାଇଏନଏସ): ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅବସରରେ ଚନ୍ଦ୍ରଭାଗା ଠାରେ ଚଳିତ ବର୍ଷ ଦ୍ବିତୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ। ସୋମବାର ଅପରାହ୍ନରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଚନ୍ଦ୍ରଭାଗା ଠାରେ ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେଉଥିବା ସ୍ଥାନ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିବା ସହ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି, ବାଲୁକା କଳାର ପ୍ରସ୍ତୁତି ସହିତ କୋଣାର୍କ ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଥିବା ଜଣାପଡିଛି। ଚଳିତ ବର୍ଷ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ସୁଭଦ୍ରା ଶକ୍ତି ମେଳା ଷ୍ଟଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହା ପରେ ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ଚନ୍ଦ୍ରଭାଗା ଠାରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।ପରେ ପରେ କୋଣାର୍କ ହେଲିପ୍ଯାଡ ଠାରେ କୋଣାର୍କ ଏନଏସି ପକ୍ଷରୁ ମିନା ବଜାର ଓ ଯାତ୍ରା ପାର୍ଟି ନିମନ୍ତେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବା ସହ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ଯବସ୍ଥା ଓ ସଫେଇ କାର୍ଯ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ। ଏହା ପରେ ଜିଲ୍ଲାପାଳ କୋଣାର୍କ ଉତ୍ସବ ଆୟୋଜିତ ହେଉଥିବା ମୁକ୍ତାକାଶ ରଙ୍ଗମଞ୍ଚ ଓ କୋଣାର୍କ ଯାତ୍ରୀ ନିବାସ ଠାରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ବିଜୟାନନ୍ଦ ସେଠୀ, ଗୋପ ବ୍ଲକ ବିଡିଓ ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସମେତ ଓ୍ବାଟକୋ, ପୂର୍ତ୍ତବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ