ହାଟଡିହି ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ

ହାଟଡିହି (ଓ୍ବାଇଏନଏସ) : ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ନିର୍ଦେଶ ଥ‌ିବା ବେଳେ ହାଟଡିହି ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି। ପ୍ରିଜାଇଡିଂ ଅଫିସର ଭାବେ ମିନତୀ ବେହୁରିଆ ଙ୍କୁ ରଖାଯାଇଥିବା ବେଳେ ଅଧ୍ୟାପକ ବିଜୟ କୁମାର ନାୟକ ,ରବୀନ୍ଦ୍ର ଜେନା ,ନିଲମ ସୋଇନା , ଗୌରାଙ୍ଗ ନାୟକ , ଅଜୟ ଦାଶ, ଶିବପ୍ରିୟା ଧଳ, ଅନନ୍ତ ବେହେରା, ସ୍ଵାଗତିକା ନାୟକ , ବୃନ୍ଦାବନ ଓଝା , ଚକ୍ରଧର ଦାସ, କାମପାଳ ନାୟକ, ଛାତ୍ରୀ ସୁପ୍ରିୟା ପ୍ରିଦର୍ଶିନୀ ଜେନା, ଲିପିନା ବାରିକ, ଛାତ୍ର ଶୁଭମ୍ କୁମାର ମଲ୍ଲିକଙ୍କୁ ଏହି କମିଟିରେ ରଖାଯାଇଛି। ସେମାନେ ପ୍ରତି ଶ୍ରେଣୀକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଏ ସମ୍ପର୍କରେ ସଚେତନ କରାଇଛନ୍ତି। ସେହିପରି ବ୍ଲକରେ ଗଠନ କରାଯାଇଥିବା କମିଟିରେ  ବ୍ଲକର ସିଭିପିଓ ଉମାମଣୀ ମହାପାତ୍ର ପ୍ରିଜାଇଡିଂ ଅଫିସର ଥୂବାବେଳେ ବ୍ଳକର ବିଡିଓ ରଞ୍ଜନ କୁମାର ପରିଡା ଚେୟାରମ୍ୟାନ, କମିଟି ସଦସ୍ୟ ଭାବେ ଭିଏସଏସଓ ସ୍ବାତିଶ୍ରୀ ସିଂ, ମିନାକ୍ଷୀ ମୋନାଲିସା ଜେନା, ସ୍ଵର୍ଣ୍ଣରାଣୀ ପୃଷ୍ଟି ମାନସୀ ନାୟକ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ