୨୯ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବିଙ୍କୁ ବାରଣ
ଛତ୍ରପୁର, (ଓ୍ବାଇଏନଏସ): ଉତ୍ତର – ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଅବପାତ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୮ ତାରିଖ ପ୍ରଯ୍ୟନ୍ତ ରାଜ୍ୟ ରେ ଜାରି ରହିବ ବର୍ଷା। କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ପବନ ର ବେଗ ମଧ୍ୟ୍ୟ ଅଧିକ ରହିବ । ଏଥିପାଇଁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି । ସମୁଦ୍ର କୁ ଯିବା ପାଇଁ ବାରଣ ରହିଥିବାରୁ ବିଶେଷ ପ୍ରଭାବ ପଡିଛି ମତ୍ସ୍ୟଜୀବିମାନଙ୍କ ଜୀବିକା ଉପରେ । ସେମାନେ ସମୁଦ୍ରକୁ ଭିତରକୁ ଯାଇପାରୁନାହାନ୍ତି ମାଛ ମାରିବା ପାଇଁ । ଗଞ୍ଜାମ ଜିଲ୍ଲା ରେ ୨୭ ଖଣ୍ଡ ମତ୍ସ୍ୟଜୀବି ଗାଁ ରହିଛି | ପାତି ସୋନପୁର ଠାରୁ ପ୍ରୟାଗି ପ୍ରଯ୍ୟନ୍ତ। ସାନଆର୍ଯ୍ୟପଲ୍ଲୀ, ବଡଆର୍ଯ୍ୟପଲ୍ଲୀ, କଣ୍ଡରା ଆର୍ଯ୍ୟପଲ୍ଲୀ, ବନ୍ଦର, ନୋଳିଆ ନୁଆଗାଁ,ପୋଡମପେଟା,ପ୍ରୟାଗି,କଂଟିଆଗଡ ଆଦି ଅଂଚଳର ମତ୍ସ୍ୟଜୀବିମାନେ ସମୁଦ୍ର ଅଶାନ୍ତ ହେବାଯୋଗୁ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି। ଯାହାଫଳରେ ଏହି ମତ୍ସ୍ୟଜୀବି ମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିବ ବୋଲି ମତ୍ସ୍ୟଜୀବିମାନେ କହିଛନ୍ତି । ସେମାନଙ୍କ ଜୀବିକା କହିଲେ ସମୁଦ୍ର ରେ ମାଛ ଧରିବା । ମାଛ ଧରି ଆଣିଲେ ଏହାକୁ ବିକ୍ରି କରିଲେ ପରିବାର ଚଳେ । ତେଣୁ ସରକାର ଆମ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏହି ସମୟରେ ସହାୟତା ଆବଶ୍ୟକ ରହିଛି ବୋଲି କିଛି ମତ୍ସ୍ୟଜୀବିମାନେ କହିଥିଲେ। ଅନ୍ୟ ପକ୍ଷରେ ଏସଆରସି ଙ୍କ ନିଦେଶ କ୍ରମେ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ସାଗର ମିତ୍ର ମାନଙ୍କ ଜରିଆରେ ମତ୍ସ୍ୟଯିବି ମାନଙ୍କୁ ସଚେତନତା କରାଯାଉଛି। ସମୁଦ୍ର ଆସାନ୍ତ ରହିବ ତେଣୁ ମତ୍ସ୍ୟଜୀବି ମାନେ ଆସନ୍ତା ୨୯ ତାରିଖ ତଥା ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରିବା ସହ ଯେଉଁ ମାନେ ସମୁଦ୍ର ଭିତରକୁଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର ଜରିଆରେ କୁହାଯାଇଛି । ମତ୍ସ୍ୟଜୀବିଙ୍କୁ ସଚେତନତା କରାଯାଉଛି ବୋଲି ଛତ୍ରପୁର ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ବାରମ୍ବାର ଲଘୁଚାପ ଆସୁଥିବାରୁ ଆମମାନଙ୍କ ପେଟପାଟଣା ଉପରେ ବିଶେଷ ପ୍ରଭାବ ପଡୁଛି ଯାହାଫଳରେ ଜୀବିକା ଉପରେ ବିଶେଷ ପ୍ରଭାଵ ପଡୁଛି ବୋଲି ମତ୍ସ୍ୟଜୀବିମାନେ କହିଛନ୍ତି। ଏବେ ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ ଲହଡ଼ି ଆସୁଥିବା ଦେଖିବାକୁ ମିଳୁଛି।


