ବଡ ମା’ଙ୍କ ଜନ୍ମ ମହୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ପରମ ପ୍ରେମମୟ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସହଧର୍ମଣି ଶ୍ରୀ ଶ୍ରୀ ବଡ ମା’ଙ୍କ ୧୩୨ ତମ ଜନ୍ମ ମହୋତ୍ସବ ବୁଧବାର ଦିଗପହଣ୍ଡି ସତସଙ୍ଗ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।ସହ ପ୍ରତିଋତ୍ବିକ ବୃନ୍ଦାବନ ପ୍ରଧାନଙ୍କ ପୌରହିତ୍ଯରେ ଆୟୋଜିତ ଧର୍ମସଭାରେ ବାଲେଶ୍ବର ଜିଲା ରୁ ଆସିଥିବା ସହ ପ୍ରତିଋତ୍ବିକ ଅଭିନ୍ନ କୁମାର ପଟ୍ଟନାୟକ, ଯାଜକ କର୍ମୀ ରୋହିତ ସାମଲ, ଅଜିତ ସୁବୁଦ୍ଧି, ପ୍ରହ୍ଲାଦ ପ୍ରଧାନ, ପ୍ରଶାନ୍ତ ପାତ୍ର, କାଳୁ ମହାରଣା, ଇ. ଚେନେୟା, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଓ ବଡ ମା’ଙ୍କ ଦିବ୍ଯ ଜୀବନ ଧାରା ଉପରେ ଅମୃତ ବାଣୀ ପ୍ରଦାନ କରିଥିଲେ।ଅପରାହ୍ନରେ ବିଜୟଲକ୍ଷ୍ମୀଙ୍କ ପୌରହିତ୍ଯରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଗୋଲକ ରଥ, ବି. ଦାଶରଥି, ବାବୁ ରେଡି, କ୍ରିଷ୍ଣା ରାଓ, ରାମହରି ଗୌଡ, ରବି ନାରାୟଣ ରଣା, ଯୁଧିଷ୍ଠିର ସ୍ବାଇଁ, ପ୍ରକାଶ ପାଣିଗ୍ରାହୀ, ହରିକୃଷ୍ଣ ପାତ୍ର, କୁରେଶୁ ଡାକୁଆ, ରମେଶ ବେହେରା, ଦେବରାଜ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।