ବିସ୍ଥାପିତଙ୍କୁ ଥଇଥାନ କରାନଯିବା ପ୍ରତିବାଦରେ ଛେଳିଗଡ଼ ପ୍ରକଳ୍ପ କାମ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଛେଳିଗଡ଼ ଜଳ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ସମସ୍ତଙ୍କୁ ସମ୍ପୂର୍ଣ ଭାବେ ଥଇଥାନ ଓ କ୍ଷୟକ୍ଷତି ନ ଦିଆଯିବ ପ୍ରତିବାଦରେ ଗତକାଲି ପ୍ରକଳ୍ପର ଏକ ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଏହାକୁ ବିରୋଧ କରି ନିର୍ମାଣ କାର୍ଯ୍ୟକୁ ବିସ୍ଥାପିତମାନେ ବନ୍ଦ କରି ଦେଇଥିବା ସୂଚନା ମିଳିଛି. ବିସ୍ଥାପିତମାନେ ଅଭିଯୋଗ କରିଛନ୍ତିଯେ, ବୁଡ଼ି ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ବହୁବର୍ଷ ଧରି ବିସ୍ଥାପିତ ହୋଇ କ୍ଷୟକ୍ଷତି ଓ ଥଇଥାନ ହେବାକୁ ଥିବା ଗ୍ରାମବାସୀ ଅନେକ ଥର ଦାବି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଓ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ୟା ସମାଧାନ କରିପାରିନାହାନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଛେଳିଗଡ଼ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି। ତରଫରୁ ଅଭିଯୋଗ କରାଯାଇ କୁହାଯାଇଛିଯେ, ସମ୍ପୂର୍ଣ ଭାବେ ବୁଡି ଅଞ୍ଚଳବାସୀଙ୍କୁ ଥଇଥାନ ନ କରି ଡ୍ୟାମ କାମ ଆରମ୍ଭ କରାଯାଉଛି. ତେଣୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଗତକାଲି ଆରମ୍ଭ କରାଯିବା ବେଳେ ଥାଇଥାନ କରାନ ଯିବା ପ୍ରତିବାଦରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି. ବୁଡି ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ ଥଇଥାନ ଓ କ୍ଷୟକ୍ଷତି ପ୍ରଦାନ କରାନଯିବା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟକୁ କରାଇ ଦିଆଯିବନାହିଁ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି.