ଯୁବ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମ ଜୟନ୍ତୀ ପାଳିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ, ଆଧୁନିକ ନୂତନ ଜ୍ଞାନ କୌଶଳ ନିର୍ମାତା ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୧ତମ ଜନ୍ମ ଜୟନ୍ତୀ ସଦଭାବନା ଦିବସ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ପାଳିତ ହୋଇଯାଇଛି l ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ ସଂଯୋଜକ ସଂଗୀତା ସିଂହ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା ଲଳିତ ମୋହନ ନାୟକ, ନିର୍ମଳ କୁମାର ନାଏକ,ରଘୁନାଥ ପାତ୍ର, ସୁଢଳ କୁମାର ସେଠି, ଯୁବ କଂଗ୍ରେସ ନେତା ଆନନ୍ଦ ମାଝୀ, ଅମିତ କୁମାର ରାଉତ, ଅଭିନାଶ ଓଝା, ଅଚ୍ୟୁତାନନ୍ଦ ବେହେରା, ସେହ୍ନା ଗୁପ୍ତା, ରାହିଲ ଅମନ, ମାନସ ବେହେରା, ଅମନ କୁମାର, ବିକ୍ରମ ରାଜବର, କ୍ରିଷ୍ଣା ଚକ୍ରବର୍ତ୍ତୀ, ରାଜୀବ କୁମାର, ପରମେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l


