ସରସ୍ୱତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ)  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ଅତିଥି ଭାବରେ ଯୋଗ ଦେଇ ଶିଶୁମାନଙ୍କୁ ବକ୍ତବ୍ୟ ଦେବା ଛଳରେ ‘ମାଆ ପାଇଁ ଗଛଟିଏ’ ଜରିଆରେ ସମସ୍ତ ଛାତ୍ରମାନେ ଗୋଟିଏ ଗୋଟିଏ ଗଛ ଲଗାଇ ବନ ମହୋତ୍ସବକୁ ସଫଳ କରିବାକୁ କହିଥିଲେ ଓ ବୃକ୍ଷରୋପଣ ଦ୍ୱାରା ପରିବେଶ ସନ୍ତୁଳନ ହୋଇପାରିବ ବୋଲି ମାର୍ଗଦର୍ଶନ କରିଥିଲେ । ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷୀ ନନ୍ଦ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ଓ ଶିକ୍ଷାର୍ଥୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଓ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ମାଧ୍ୟମିକ ବିଭାଗର ସୁପ୍ରଭ ବିଶ୍ୱାଳ,ଆକାଶ ରାଉତ,ରାଜେଶ ମହାନ୍ତ,ସରିତା ବେହେରା,ଅସ୍ମିତା ମହାନ୍ତ, ପ୍ରିୟଙ୍କା ପ୍ରଧାନ,ନାରାୟଣ ଚନ୍ଦ୍ର ସାମଲ,କେଶବ ଚନ୍ଦ୍ର ମହାନ୍ତ,ସଙ୍ଗୀତା ମହାପାତ୍ର ଓ ଦିଲ୍ଲୀପ ମହାନ୍ତ ପ୍ରମୁଖର ବୃକ୍ଷରୋପଣରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ