ମହାବୀର ଯୁବକ ସଂଘ ପକ୍ଷରୁ ନନ୍ଦୋତ୍ସବ ପାଳନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ୍ ବଡରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଉପଭୋଗ କରିବାକୁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ୍ ହୋଇଥିଲେ। ନନ୍ଦରାଜା ଭୂମିକାରେ ଚୈତନ୍ୟ ଜେନା , ନନ୍ଦରାଣୀ ଭୂମିକାରେ ସୌମ୍ୟ ରଞ୍ଜନ ଓଝା, କୃଷ୍ଣ ଭୂମିକାରେ ଶୋଭିତି ସାହୁ , ରାଧା ଭୂମିକାରେ ସୁଭଲକ୍ଷ୍ମୀ ସାହୁ, ବଳରାମ ଭୂମିକାରେ ରାଜା ସାହୁ, ପୁତନା ଭୂମିକାରେ ଛବି ସାହୁ, କଂସ ଭୂମିକାରେ ସତ୍ୟବାନ ସାହୁ ଓ ଅମର କୁମାର ଦାସ, ଚନ୍ଦ୍ରଶେଣା ଭୁମିକାରେ ପଞ୍ଚାନନ ଦାସ, ଭାଲୁ ଭୁମିକାରେ ଟୁବୁଲା ନାୟକ,ଭାଘ ଭୁମିକାରେ ଆମର ବଲ ପ୍ରମୁଖ ଅଭିନୟ କରିଥିଲେ !କଳାକାରମାନେ ଏହି ସବୁ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସହିତ ଅଭିନୟ କରି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବଳରାମ ସେନାପତି, ଶ୍ରୀଧର ସାହୁ, ରଙ୍ଗାଧର ଦାସ,ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଜଗମୋହନ ସାହୁ, ଶ୍ରୀକାନ୍ତ ସାହୁ,ସତ୍ୟସୌରଭ ସା,ମୃତ୍ୟୁଞଜୟ ବେହେରା, ସୁଦରର୍ଶନ ବେହେରା, ବିଚିତ୍ର ସାହୁ, ରବି ସାହୁ, ଟିକୁ ସାହୁ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


