ସ୍ୱାୟତ୍ତ ଶାସନ ସପ୍ତାହ ଅବସରରେ ଜନ ସଚେତନତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ପବିତ୍ର ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ସହରର ବଜାର ଗାନ୍ଧୀଛକ, ବସଷ୍ଟାଣ୍ଡ, ପୁଞ୍ଜିକୟାଁ ଛକ ଆଦି ଜନଗହଳି ସ୍ଥାନ ମାନଙ୍କରେ ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଶେଷକରି ସ୍ବଚ୍ଛ ସର୍ବେକ୍ଷଣ – ୨୦୨୫ ପାଇଁ ସହରକୁ ଆବର୍ଜନା ମୁକ୍ତ ରଖିବା, ପଲିଥିନ ଓ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା, ଗାଈଗୋରୁ ମାନଙ୍କୁ ରାସ୍ତାରେ ନ ଛାଡିବା, ଏନ୍ଏସିର ଗାରିମା ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କ ମାଧ୍ୟମରେ ପାଇଖାନା ଟାଙ୍କି ସଫା କରିବା ସହ ଜଳାଶୟ ଗୁଡିକରେ ମଇଳା କିମ୍ବା ବର୍ଜ୍ୟବସ୍ତୁ ନପକାଇବା ନେଇ ସଚେତନ କରାଯାଇଥିଲା।ବିଚିତ୍ର ବର୍ଣ୍ଣାଳୀ ନାଟ୍ଯ ସଂସଦ ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ