ଟ୍ରାକ୍ଟର ଓ ବାଇକି ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର, ଟ୍ରାକ୍ଟର ଡ୍ରାଇଭର ଫେରାର
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ରୁ ଆଳସାହି ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଓ ବାଇକି ମୁହାଁମୁହିଁ ଧକ୍କା, ଦୁଇ ଜଣ ଗୁରୁତର, ଟ୍ରାକ୍ଟର ଚାଳକ ଫେରାର। ଖବର ମୁତାବକ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଭସାଣି ହେଉଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୭ଘଟିକା ସମୟରେ ଅସ୍ତରଙ୍ଗ ରୁ ନଗର ଅଭିମୁଖେ ଯାଉଥିବା ଏକ ବାଇକି ରେ ଦୁଇ ଯୁବକ ଙ୍କୁ ଅପରପାର୍ଶ୍ଵରୁ ଆସୁଥିବା ଟ୍ରାକ୍ଟର ଐଶାନେଶ୍ୱର ସ୍କୁଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ସମୟରେ ଏପରି ଧକ୍କା ହୋଇଥିଲା ଘଟଣା ସ୍ଥଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଗୁରୁତର ଯୁବକ ଜଣକ ନଗର ଗ୍ରାମର ରଂଜିତ ବେହେରା (୨୧)ହୋଇଥିବା ବେଳେ ଗୋଡ଼ ଓ ମୁହଁରେ ଶକ୍ତ ଆଘାତ ଲାଗିଥିବା ବେଳେ ଗୁରୁତର ରଂଜିତ କୁ ଅନ୍ୟତ୍ର ସ୍ଥାନାଂତର କରାଯାଇଛି। କିନ୍ତୁ ଟ୍ରାକ୍ଟର ଚାଳକ ଜଣକ ଅସ୍ତରଙ୍ଗ ଅଞ୍ଚଳ କୁ ଏକ ଠିକାସଂସ୍ଥା କାମ କରିବାକୁ ଆସିଥିବା ସୂଚନା। ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।ପୋଲିସ ତଦନ୍ତ ଜାରୀ।


