ଗଂଜେଇ ଜବତ :୨ କୋର୍ଟ ଚାଲାଣ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଥାନାଧିକାରୀଙ୍କ ତତ୍ୱାବଧାନରେ ଓଡିଶା ପୋଲିସ ଦ୍ୱାରା ଚାଲିଥିବା ଅପରେସନ ‘ପ୍ରହାର’ ଅଂଶ ସ୍ୱରୁପ ଦେବୀଦୋଳ ସେତୁ ନିକଟରେ ଶୁକ୍ରବାର ସଂଧ୍ୟା ସମୟରେ ଥାନା ପକ୍ଷରୁ ଏସଆଇ ଜାକସନ ମାଝୀ ଓ ଅନ୍ୟ ସହଯୋଗୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ ୨ଜଣ ଚୋରା ଗଂଜେଇ ବେପାରୀଙ୍କୁ ଧରା ଯାଇଥିଲା। ୨ଜଣଙ୍କ ମଧ୍ୟରୁ ଜଣେ ନିଆଳି ଥାନା ଅନ୍ତର୍ଗତ ପାଟେଣୀ ବାଣପୁର ଗ୍ରାମର ଅଭୟ କୁମାର କୁମାର ଜେନା ଓ ନାଉଗାଁ ଥାନା ଅନ୍ତର୍ଗତ ବୋଦଳ ଗ୍ରାମର ଉମେଶ ଚନ୍ଦ୍ର ମୁଦୁଲି। ଉଭୟଙ୍କ ନିକଟରୁ ୨କିଲୋ ୭୯୨ଗ୍ରାମ ଗଂଜେଇ ସମେତ ୭ ହଜାର ୮୧୦ଟଙ୍କା ଜବତ କରାଯାଇଥିଲା। ଉଭୟଙ୍କ ନାମରେ ୨୬୦/୨୦୨୨୫ ରେ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଅଜିଙ୍କ୍ୟ ବାବୁରାଓ ମାନେ ଓ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।