ଚିକଲଖଣ୍ଡି ଗ୍ରାମ ପଚାଂୟତରେ ପଚାଂୟତସ୍ତରୀୟ ଜନଶୁଣାଣୀ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିକଲଖଣ୍ଡି ଗ୍ରାମ ପଚାଂୟତରେ ପଚାଂୟତସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ବାର୍ଦ୍ଧକ୍ୟ ଭତା ,ଘରବାଡି ପଟା, ବିଧବାଭତା, ରାସନକାର୍ଡରୁ ବଚିଂତ ପରିବାର, ଆବାସ  ଯୋଜନା , ପାଣି ସମସ୍ୟା ଆଦି ପଚାଂୟତର  ଜନସାଧାରଣମାନେ ସେମାନଙ୍କ ନିଜ ନିଜ ଅଭିଯୋଗ କହିଥିଲେ । ମୋଟ ୧୩୪ଟି  ଅଭିଯୋଗ ଉପରେ ଶୁଣାଣୀ ହୋଇଥିବା ବେଳେ ୧୩୨ଟି ଅଭିଯୋଗ ବ୍ୟକ୍ତିଗତ ଓ ୨ଟି ସାମୁହିକ । ଏହି ଅଭିଯୋଗ ଶୁଣାଣୀରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ,ତହସିଲଦାର ଦିବ୍ୟା ମହାନ୍ତି, ଏବିଡିଓ ଜୟଶ୍ରୀ ନାୟକ , ସରପଂଚ ଭଗବାନ ବେହେରା, ସିଡିପିଓ ପ୍ରଣମିତା ପଣ୍ଡା ମଚାଂସିନ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଜନଶୁଣାଣୀରେ ଅନ୍ୟାନ୍ୟ   ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ