ସୋସିଆଲ ମେଡିଆ ଜିଲ୍ଲା କୋଅଡ଼ିନେଟର ହେଲେ ଅମରେନ୍ଦ୍ର
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସିଆଲ ମେଡିଆ କୋଅଡ଼ିନେଟର ଭାବରେ ଅନରେନ୍ଦ୍ର ଧଳଙ୍କୁ ମନୋନୀତ କରାଯାଇଛି। ପୂର୍ବତନ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଥିବା ଅମରେନ୍ଦ୍ରଙ୍କୁ ମନୋନୀତ କରିଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କୁ ଏହି ପଦବୀ ମିଳିବା ପରେଘ ସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ଜିତେନ୍ଦ୍ର ସାମଲ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ରାମଚନ୍ଦ୍ର ପଲେଇ, ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସୁଚାରୁରୂପେ ସମ୍ପର୍ଣ୍ଣ କରିଛନ୍ତି ଓ ଏହି ଦାୟିତ୍ୱ କୁ ନିର୍ବାହ କରିବେ ବୋଲି କହିଛନ୍ତି। ସେ ଏଥିପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , ଘଷିପୁରାର ମାନ୍ୟବର ବିଧାୟକ ବଦ୍ରି ନାରାୟଣ ପାତ୍ର ରାଜ୍ୟ ବିଜୁ ଜନତା ଦଳର ସୋସିଆଲ ଓ ଆଇ.ଟି.କନଭେନର ତଥା ପୂର୍ବତନ ରାଜ୍ୟ ସଭା ସଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ , ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ କେନ୍ଦୁଝର ବିଜୁ ଜନତା ଦଳର ସଭାପତି ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି |