ଚୋରି ଘଟଣାରେ ଦୁଇ ଗିରଫ, ସୁନା ଓ ଟଙ୍କା ଜବତ
ଛତ୍ରପୁର, (ଓ୍ବାଇଏନଏସ): ଚୋରି ଘଟଣାରେ ଛତ୍ରପୁର ପୁଲିସ ୨ଜଣକୁ ଗିରଫ କରାଯିବା ସହ ସୁନା ଚେନ,ତିନୋଟି ସୁନା ମୁଦି ଓ ୭୦ ହଜାର ଟଙ୍କା ଜବତ କରିଛି । ସୂଚନା ଥାଉକି ରାମଲକ୍ଷ୍ମୀ ନଗର ୩ୟ ଲାଇନରେ ଲକ୍ଷ୍ମୀଧର ନାୟକ ଜଣେ ବ୍ୟକ୍ତି ଙ୍କ ଘରେ ଭଡାରହୁଥିଲେ । ଭଡା ଦେଇଥିବା ବ୍ୟକ୍ତି ଙ୍କ ନାବଳକ ନାତି ଜଣକ ଲକ୍ଷ୍ମୀଧର ନାୟକଙ୍କ ଆଲମିରାରେ ସୁନା ଓ ଟଙ୍କା ରହୁଥିବା ଜାଣିଥିଲେ । ଲକ୍ଷ୍ମୀଧର ଘରେ ଅନୁପସ୍ଥିତ ରହିଥିବା ବେଳେ ଉକ୍ତ ନାବଳକ ଓ ଅନ୍ୟ ଦୁଇ ଜଣ ମିଶି ଆଲମିରାରୁ ଟଙ୍କା ଓ ସୁନା ଚୋରି କରିଥିଲେ । ଘରୁ ଚୋରି ହୋଇଥିବା ନେଇ ଲକ୍ଷ୍ମୀଧର ନାୟକ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୬୫୩/୨୫ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ଏହି ଘଟଣାରେ ୨ଜଣକୁ ଗିରଫ କରିବା ସହ ଗୋଟିଏ ସୁନା ଚେନ ,୩ଟି ସୁନା ମୁଦି ଓ ନଗଦ ୭୦ ହଜାର ଟଙ୍କା ଜବତ କରିଥିଲା । ଗିରଫ ମାନେ ହେଲେ ପି.ମୁରଲି ରେଡ୍ଡି ଓ ରୋଡର ଏସ୍.ଭାନୁ ରେଡ୍ଡି । ଦୁହିଁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଏସ.ଆଇ ସଂଗ୍ରାମ ଦେହୁରୀ ସୂଚନା ଦେଇଛନ୍ତି ।


