ହାଟଡିହିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

ହାଟଡ଼ିହି,(ଓ୍ବାଇଏନଏସ): ହାଟଡ଼ିହି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସାମାଜିକ ଅଧିକାରୀ ସ୍ୱାତୀ ସିଂଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଓ ଏବିଡ଼ିଓ ରଶ୍ମିରେଖା ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ମୋଟ୍ ୧୮୮ଜଣ ପଞ୍ଜିକୃତ କରିଥିଲା ବେଳେ ୧୪୫ଜଣଙ୍କୁ ପ୍ରମାଣପତ୍ର  ପାଇଁ ଚିହ୍ନଟ କରାଯାଇଥିଲା। କାର୍ଯ୍ୟକ୍ରମରେ ୮୮ଜଣ ଅକ୍ଷମ, ୧ଜଣ ଅର୍ଦ୍ଧ ମାନସିକ ଅନଗ୍ରସର, ୨୮ଜଣ ଆଂଶିକ ଦୃଷ୍ଟିହୀନ, ୨୭ଜଣ ପୂର୍ଣ୍ଣ ମାନସିକ ଅନଗ୍ରସର, ୪୦ଜଣ ଶ୍ରବଣ ବାଧିତା, ୧ଜଣ ମିଶ୍ରିତ ଅନଗ୍ରସର, ୩ଜଣ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଭିନ୍ନକ୍ଷମ ସାମିଲ ହୋଇ ଡ଼ାକ୍ତରଙ୍କ ପରାମର୍ଶ ନେଇଥିଲେ l କାର୍ଯ୍ୟକ୍ରମକୁ କନିଷ୍ଠ ସହାୟକ ଏସ୍. ପ୍ରତୀକ ଆନନ୍ଦ ପରିଚାଳନା କରିଥିଲା ବେଳେ ପିଇଓ ଜିତେନ୍ଦ୍ର ଜେନା, ଅମୁଲ୍ୟ ପହି, ମୃତ୍ୟୁଞ୍ଜୟ ଦାଶ, ମଧୁସ୍ମିତା ମହାନ୍ତି, ସୁରେଶ ସେଠି, ଲଷ୍ମୀକାନ୍ତ ନାହାକ, ଅମୀୟ ମାଝୀ, ମହେଶ୍ୱର ସାହୁ, ଶୁଶ୍ରୀ ସଂଗୀତା ଚକ୍ର, ଉମାକାନ୍ତ ନାୟକ,  ଡିଇଓ ରାଜେଶ କୁମାର ସାହୁ, କନିଷ୍ଠ ସହାୟକ ସୁଶ୍ରୀ ସଙ୍ଗୀତା ଜେନା ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ