‘ଆମ ଗାଁରେ ତହସିଲ କାର୍ଯ୍ୟାଳୟ’ କାର୍ଯ୍ୟକ୍ରମ : ରାଜ୍ୟସ୍ତରରେ କେନ୍ଦ୍ରାପଡା ପ୍ରଶଂସିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):‘ଆମ ଗାଁରେ ତହସିଲ କାର୍ଯ୍ୟାଳୟ’କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରରେ କେନ୍ଦ୍ରାପଡା ଜିଲ୍ଲା ଉଚ୍ଚ ପ୍ରଶଂସିତ ହୋଇଛି। ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ଉଦ୍ୟମ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ତହସିଲରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ସହିତ ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି। ଏହି ଉପଲକ୍ଷେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଭୁବନେଶ୍ୱର ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆୟୋଜିତ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାରେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିବାରୁ ତାହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ନାୟକ ଭିତରକନିକାର ଏକ ଫଟୋଚିତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।


