ଚୋରାମଦ ଜବତ : ୫ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଓ ମହାକାଳପଡ଼ା ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଖଡ଼ିଅନ୍ତା ଗ୍ରାମର କୈଳାଶ ମଳିକ(୨୫)ଙ୍କ ଠାରୁ ୧୪ ଲିଟର ବିଦେଶୀ ଓ ଘନି ମଳିକ(୪୦)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ନଛିପଡ଼ା ଗ୍ରାମର ଚଗଲା ଦାସ(୩୬)ଙ୍କ ଠାରୁ ୪୧ ଲିଟର ଦେଶୀ ମଦ, ଓରତଘାଟ ଗ୍ରାମର ଅନାଥ ମଳିକ(୪୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ଓ ଏକଲପୁର ଗ୍ରାମର ସରୋଜ ରାଉତ(୪୦) ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇ ଅଛି। ସେମାନଙ୍କ ପାଖରୁ ସମୁଦାୟ ୧୨୭ ଲିଟର ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, କଳ୍ପନା ରାଉତ, ସୁଶ୍ରୀ ରୁତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


