ବିଜେପିରେ ମିଶିଲେ କଳିଗାଁ ପଞ୍ଚାୟତର ଛାମୁଆ ନେତା

ହାଟଡିହି (ଓ୍ବାଇଏନଏସ): ହାଟଡିହି ସ୍ଥିତ ବିଜେପି କାର୍ଯ୍ୟାଳୟରେ ରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।  ଏଥିରେ କଳିଗାଁ ପଞ୍ଚାୟତରୁ  ବିଜେଡି ଓ କଂଗ୍ରେସର ଅନେକ ଛାମୁଆ ନେତା ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ନିରାକାର ଦାସ, ବାବାଜୀ ପରିଡା, ରମାକାନ୍ତ ପତି, ରତ୍ନାକର ଜେନା, ସୁରେଶ ଦାସ, କୃଷ୍ଣଚନ୍ଦ୍ର ସାହୁ, ବାବୁଲା ମୁର୍ମୁ, ସୁରେନ୍ଦ୍ର  ବାରିକ, ଶତ୍ରୁଘ୍ନ ଘଡେଇ, ନାଥ ଚରଣ ଜେନା, ଚୈତନ୍ୟ ସାହୁ, ପବିତ୍ର ସାମଲ,  ପ୍ରଦୀପ ସାମଲଙ୍କ ସମେତ ୩୦ରୁ ଉର୍ଦ୍ଧ  ଲୋକ ବିଜେପି ରେ ସାମିଲ ହୋଇଛନ୍ତି!  ଓଡ଼ିଶାରେ ମୋହନ ସରକାରଙ୍କ ସ୍ଵଚ୍ଚ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଦକ୍ଷ ନେତୃତ୍ୱ ଓ କେନ୍ଦୁଝରର ବିକାଶ ପାଇଁ ଅଦମ୍ୟ ପ୍ରାୟସରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ନବାଗତ ମାନେ ମାତବ୍ୟକ୍ତ କରିଥିଲେ। ଏହି ଅବସରରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର,  , ଶାଳଣିଆ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ବରିଷ୍ଠ ନେତା ଯୁଧିଷ୍ଠିର ମଲ୍ଲିକ, ରମାକାନ୍ତ ସାହୁ, ଶତ୍ରୁଘ୍ନ ମାଝୀ, ମନୋଜ ପଣ୍ଡା, ଦୀପକ ଜେନା  ପ୍ରମୁଖ ନବାଗତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ