ପୋଲସରା ଏନଏସି ରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ଅନୁଷ୍ଠିତ
ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ନିବାରଣ ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବୃନ୍ଦ କୌଣସି ପ୍ରକାର ଲାଞ୍ଚ ନଖାଇ ଲୋକଙ୍କୁ ସେବା ଯୋଗାଇଦେବା। ସମସ୍ତ କର୍ମଚାରୀ ଦୁର୍ନୀତିକୁ ପରିତ୍ୟାଗ କରି ସ୍ବଛତାକୁ ପାଥେୟ କରି ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟ ରହିଲେ ଦେଶ ଆଗେଇ ପାରିବ। ସେଥିପାଇଁ ପୋଲସରା ଏନଏସି ର ସମସ୍ତ କର୍ମଚାରୀ ଉତ୍କୋଚ ନନେଇ ନିଜର ଦାୟିତ୍ବକୁ ସାଧୁତା ଓ ସ୍ଵଛତାର ସହ ସମ୍ପାଦକ କରିବା ନିମନ୍ତେ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।


