ବାଉଁଶ କାରିଗରଙ୍କ ପୁରୁନି ପେଟ ଛାଡି ପାରୁନାହାନ୍ତି କୁଳ ବେଉସା: ଆବଶ୍ୟକ ସରକାରୀ ପ୍ରୋତ୍ସାହନ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ):ପୁରୁନି ପେଟ, ଛାଡି ହେଉନି କୁଳବେସା କୌଳିକ ବୃତିକୁ କୁ ବଞ୍ଚାଇରଖିଛନ୍ତି।ଅଞ୍ଚଳର ବାଉଁଶପତି (ମେଦିରି) କାରିଗର ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଏହି ଅଞ୍ଚଳର ସୁନାମ ସାର ଜିଲ୍ଲାରେ ଟେକ ରଖିବାରେ ସଫଳ ହୋଇଆସୁଛନ୍ତି କିନ୍ତୁ ସେମାନଙ୍କ ଭାଗ୍ୟ ଆଜି ସୂତାଖିଅରେ ଝୁଲୁଛି । ଏମିତି ଏହି ମହାନ୍ କIରିଗରଙ୍କ ହାତର ସ୍ପର୍ଶରେ ବାଉଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ଶୋଭାବର୍ଦ୍ଧନ କରୁଛି। ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ଏହି ବାଉଁଶପାତି କାରିଗରମାନେ ନିଜର କୁଳବେଉସI ଉପରୁ ମୁହଁ ଫେରାଇ ନେବାକୁ ବାଧ୍ଯ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳର ଅଧିକାଂଶ ରାଜ ନପାଇ ବୃତିକୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି।ଅପର ରପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଉଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡାଲିଆ, ଚିଡି, ତାଟ, ଡାଲାପେଢି ସମେତ ବିଭିନ୍ନ ରଙ୍ଗବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରୀ କଲେ ରାତିରେ ଚୁଲି ଜଳିବ। ଏଭଳି କିଛି ଲୋକଙ୍କୁ ଦେଖିବାକୁ ମିଳୁଛି ବ୍ଲକର ବିଭିନ୍ନ ବଜାର ହାଟପଦା ରେ ବିକ୍ରି କରିଥାନ୍ତି। କୁଳବେଉସାକୁ ଆଦରି ନେଇ ସୁରୁଜ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତାକଡରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରୀ କରି ସେମାନଙ୍କ କୁଟୁମ୍ବ ପୋଷାଯାଏ । କିଛି ବର୍ଷ ପୂର୍ବେ ଏହି ବାଉଁଶପାତି କାରିଗରମାନେ ଜିଲ୍ଲାର ଗୁଣପୁର ବିଷମ କଟକ, କୁମୁଟି ପେଣ୍ଠ, ରାୟଗଡା ଭଳି ଏହାର ଆଖପାଖ ଅଞ୍ଚଳରୁ ବାଉଁଶକୁ କଞ୍ଚାମାଲ ରୂପେ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତତ କରି ଲମ୍ବା ଧାଡି ରେ ରାଜରାସ୍ତାରେ ରଖି ବିକ୍ରୀ କରୁଥିଲେ । ବର୍ତ୍ତମାନ ବାଉଁଶ ମିଳିବା କଷ୍ଟସାଧ୍ଯ ହୋଇପଡିଥିବା ବେଳେ ଚଢାଦରରେ ବାଉଁଶ କିଣି ନିଜର କୌଳିକ ବୃଦ୍ଧିକୁ ବଞ୍ଚଇ ରଖିଥିବା ଏହି ବାଉଁଶପାତି କାରିଗରମାନେ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । କଠିନ ପରିଶ୍ରମ ତୁଳନାରେ ଲାଭ କମ୍ ହେଉଥିବାରୁ ଏହି ସଂପ୍ରଦୟର ବ୍ୟକ୍ତି ମାନେ ନିଜର କୁଳବେଉସI ମଧ୍ଯ ହରାଇ ଅନ୍ୟତ୍ର କର୍ମସଂସ୍ଥାନ ସନ୍ଧାନ କରୁଥିବାରୁ ଭବିଷ୍ୟତ ରେ ବାଉଁଶପାତିଆରେ ପ୍ରସ୍ତୁତ ସାମଗ୍ରୀ ଦେଖିବା ସ୍ୱପ୍ନ ଓ ଇତିହାସ ହେବା ସମ୍ଭାବନାକୁ ଏଡାଇହେବ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚିତ ହେଉଛି । ସରକାରୀ ପ୍ରୋତ୍ସାହନ ଓ ଅର୍ଥ ଭାବରୁ ଏହି ବାଉଁଶପାତି କାରି ଗର ମାନେ ଉପରକୁ ଉଠିପାରୁନାହାନ୍ତି I ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଞ୍ଚାମାଲ ବାଉଁଶର ଚଢାଦର ଓ ପ୍ରତିଯୋଗିତ ମୂଳକ ବ୍ୟବସାୟ ଯୋଗୁଁ ବାଉଁ ଶପାଡି କାରି ଗର ମାନ ଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହେଉଛି । ବାପ ଅଜା କାଳରୁ ଏହି ଅଞ୍ଚଳର ବହୁ ବାଉଁଶପତି କାରିଗରଙ୍କ ପରିବାରବର୍ଗ ବାଉଁଶରେ ନିର୍ମିତ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଆଧୁନିକତାର ଛାପରେ ଫାଇବର ଓ ପ୍ଲାଷ୍ଟିକଜାତ ସାମଗ୍ରୀର ଚାହିଦା ବୃଦ୍ଧି ଯୋଗୁଁ ବାଉଁଶପାତି କାରିଗରଙ୍କ ବେଉସା ବୁଡି ବାରେ ଲାଗିଛି । ସରକାରଙ୍କ ପକ୍ଷରୁ ମେଦିରି ସଂପ୍ରଦାୟର ବାଉଁଶପାତି କାରିଗରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସହ ସେମାନଙ୍କ ଦ୍ଵାର I ପ୍ରସ୍ତୁତ ସାମଗ୍ରୀଗୁଡିକୁ ବିକ୍ରୀ କରିବା ପାଇଁ ବଜାର ସୃଷ୍ଟି କରାଗଲେ ସେମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାଉଁଶପାତି କାରିଗର ମାନଙ୍କୁ ସର କାରୀ ପ୍ରୋତ୍ସାହନ ଯୋଗାଇ ଦେବ ଦିଗରେ ପଦକ୍ଷେପ ନେବାକୁ ମେଦିରି ସଂପ୍ରଦାୟ ଅନୁରୋଧ କରିଛନ୍ତି ।ଏହି ବ୍ଲକରେ କ୍ଷୁଦ୍ର ଶିଳ୍ପ ସଂସାର ଅଧିକାରୀଙ୍କୁ ବିଭିନ୍ନ କୌଳିକ ବୃତ୍ତିର ପରିବାର ଦେଖିନଥିବାରୁ ସରକାର ଓ ବିଭାଗୀୟ ଅଧିକାରୀ ଉପରେ ଏକ ପ୍ରକାର ଭରସା ତୁଟାଇ ଦେଇଛନ୍ତି। ସରକାର ଲୋକାଲ ଫର ଭୋକାଲ ସ୍ୱର ଦେଉଥିବା ବେଳେ ଅଧିକାରୀଙ୍କ ଇଛା ଶକ୍ତି ନଥିବାରୁ ଏମିତିକା ଅନେକ ବୃତ୍ତି କରି ପେଟ ପୋଷୁଥିବା ପରିବାର ଦୂରଦିନରେ କାଳତି ପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଣୁ ସରକାର ବଦଳିଲା କିନ୍ତୁ ସରକାରିବାବୁଙ୍କ ଚିନ୍ତାଧାରା ବଦଳିନୀ ବୋଲି ଅଭିଯୋଗ କରିଛନ୍ତି।


