ତଦନ୍ତ ପୂର୍ବରୁ ହୋଇଥିଲା ୮୦ଲକ୍ଷ ବିଲ: ପଥର ବଦଳେଇଲେ ନାହିଁ ପାଇଗଲେ ଦେଢକୋଟି ଟଙ୍କା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧିନରେ ଡେରାବିଶ ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର (ଗୁଡ଼ିଆ ସାହି) ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱରେ ହୋଇଥିବା ପଥର ପ୍ୟାକିଂ କାର୍ଯ୍ୟରେ ଦେଖିବାକୁ ମିଳିଛି ଅନେକ ଚଞ୍ଚକତା । ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ୱାରା ଦୃବଳ ନଦୀବନ୍ଧରୁ ମାଟି ଅତଡା ଖସିଯାଏ ଯାହା ଫଳରେ ନିକଟସ୍ଥ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରି ଅନେକ କ୍ଷୟକ୍ଷତି ଘଟାଇ ଥାଏ। ସେଥିପାଇଁ ଜଳସମ୍ପଦ ବିଭାଗ ନଦୀବନ୍ଧ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ସହ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀ ବନ୍ଧରେ ପଥର ଖଞ୍ଜା ଯାଇ ନଦୀ ବନ୍ଧକୁ ସୃଦୁଢ କରାଯାଏ। ଏହି ସ୍ଥିତିରେ ଡେରାବିଶ ବ୍ଲକର ସଦାନନ୍ଦପୁର (ଗୁଡିଆ ସାହି) ଗୋବରୀ ନଦୀବନ୍ଧ ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀବନ୍ଧ ସୁରକ୍ଷା ପାଇଁ ଆର୍ôଥକ ବର୍ଷ ୨୦୨୪-୨୫ ରେ ଜଳସେଚନ ବିଭାଗ ପକ୍ଷରୁ ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟବରାଦରେ ଜଣେ ବି – କ୍ଲାସ ଠିକାଦାରଙ୍କୁ ଏହି ନଦୀବନ୍ଧରେ ପଥର ପ୍ୟାକିଂ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇ ଥିଲା। ସ୍ଥାନୀୟ ବୁଦ୍ଧିଜୀବିଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଆରମ୍ଭରୁ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ପ୍ରମୋଦ କୁମାର୍ ରାୟ ଓ ବିଭାଗୀୟ ଯନ୍ତ୍ରୀ ସଞ୍ଜୟ ଶତପଥୀ କାର୍ଯ୍ୟ ସ୍ଥଳକୁ ଆସିଲେ ନାହିଁ ଯାହା ଫଳରେ ଠିକାଦାର ମନମୁଖୀ ଭାବେ ନିମ୍ନମାନର ଛୋଟ ଛୋଟ (ମେଣ୍ଟାଲ )ପଥର ଲଗାଇ ୭୦ ପ୍ରତିଶତ କାର୍ଯ୍ୟ ସାରିଦେଲେ। ବିଭିନ୍ନ କ୍ଷେତ୍ରରେ ଅଭିଯୋଗ ହେବାର ଖବର ପାଇ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନିଜେ କାର୍ଯ୍ୟ ସ୍ଥଳରେ ପହଁଚି ନିମ୍ନମାନର ପଥର ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସବୁଠୁ ବଡ ଚଞ୍ଚକତାର କଥା ଯେ କାର୍ଯ୍ୟସ୍ଥଳକୁ ନ ଆସି ବିଭାଗୀୟ ଯନ୍ତ୍ରୀ ଶତପଥି ବାବୁ ପ୍ରାୟ ୮୦ ଲକ୍ଷ୍ୟ ଟଙ୍କାର ବିଲ କରି ଠିକାଦାରକୁ ଧରାଇ ଦେଲେ। ଯାହା ଫଳରେ ଏବେ ଛୋଟ ଛୋଟ ପଥର ଗୁଡ଼ିକ ବନ୍ଧରୁ ଖସି ତଳେ ଗଡ଼ୁଛି। ଖଞ୍ଜା ଯାଇଥିବା ପଥରର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି। କାର୍ଯ୍ୟ ଶେଷର ପ୍ରଥମ ବର୍ଷ ନଦୀରେ ବନ୍ୟାଜଳ ପ୍ରବେଶ ହୋଇଥିଲା। ତାହା ପରେ ଏହି ପଥର ଗୁଡ଼ିକ ଧିରେ ଧିରେ ଖସିବାରେ ଲାଗିଛି। ତେବେ ଏହି ପଥର ଗୁଡ଼ିକ ବର୍ଷେ ରହିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ବୁଦ୍ଧିଜୀବୀ। ଏହି କାର୍ଯ୍ୟର ଦାୟୀତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟ ସ୍ଥଳକୁ ନ ଯାଇ ଏଭଳି ଦାୟିତ୍ୱ ହୀନତା ଭାବେ ଫଲ୍ସ ବିଲ କରୁଥିବାର ଅନେକ ଅଭିଯୋଗ ରହିଛି ହେଲେ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କ ନିରବତା ବଡ଼ ଦୁର୍ନୀତି କରିବାକୁ ପ୍ରଶ୍ରୟ ଦେଉଥିବା ବୁଦ୍ଧିଜୀବି ପ୍ରକାଶ କରିଛନ୍ତି। ଏହି ନଦୀବନ୍ଧ ପଥର ପ୍ୟାକିଂରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ପାଣିରେ ପକାଇବା ପାଇଁ ଠିକାଦାରଙ୍କୁ କାହାର ନିର୍ଦ୍ଦେଶ ଥିଲା ? ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଏହି ନିମ୍ନମାନର ପଥର ପ୍ୟାକିଂ କାର୍ଯ୍ୟ ତଦନ୍ତ ପୂର୍ବରୁ କାର୍ଯ୍ୟର ନିରୀକ୍ଷଣ ନକରି କେଉଁ ଆଧାରରେ ପ୍ରଥମେ ୮୦ ଲକ୍ଷ୍ୟ ଓ ଏବେ ୭୦ ପ୍ରତିଷଦ ବିଲ ଠିକାଦାରଙ୍କୁ ପ୍ରଦାନ କଲେ ସେ ନେଇ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ସଦାନନ୍ଦପୁର(ଗୁଡ଼ିଆ ସାହି) ଗୋବରୀ ନଦୀବନ୍ଧରେ ଅପବ୍ୟୟ ହୋଇଥିବା ଅର୍ଥ ରାଶି କିଏ ଭରଣା କରିବ ତାହା ଉପରେ ସମସ୍ତଙ୍କ ନଜର। କିଭଳି କାର୍ଯ୍ୟର ତଦନ୍ତ ପୂର୍ବରୁ ଦେଢ଼ କୋଟି ଟଙ୍କାର ବିଲ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ କରାଇଲେ ସେଥିପାଇଁ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏ ସଂକ୍ରାନ୍ତରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହିଲେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


