ହାଟଡିହି (ଓ୍ବାଇଏନଏସ): ସ୍କୁଲରୁ ଗ୍ୟାସ ସିଲିଣ୍ଡର ଚୋରୀ କରିନେଲେ ଦୁର୍ବୁତ୍ତ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ନପାରିବାରୁ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ତରାଗଡିଆ ଗ୍ରାମରେ ଥିବା ପ୍ରାଥମିଜ ବିଦ୍ୟାଳୟରେ। ଗତକାଲି ରବିବାର ଥିବାରୁ ସ୍କୁଲ ଛୁଟି ଥିବାବେଳେ କେହି ଦୁର୍ବୁତ୍ତ ବିଦ୍ୟାଳୟ ରୋଷେଇ ଘରର ତାଲା ଭାଙ୍ଗି ପରିସରରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡରକୁ ଚୋରୀ କରି ନେଇଯାଇଛନ୍ତି। ଆଜି ସ୍କୁଲ ଖୋଲାଯିବା ପରେ ଚୋରୀ ସମ୍ପର୍କରେ ଜଣା ପଡିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦେବଯାନୀ ଜେନା ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ପରେ ସ୍କୁଲ କର୍ତ୍ତ୍ତୃପକ୍ଷ ହଠାତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିପାରି ନଥିଲେ। ଯାହା ଫଳରେ ଶିକ୍ଷା ଅଧିକାରୀଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ପ୍ରଦାନ କରିଥିବା ଜଣାଯାଇଛି।