ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ପଞ୍ଚାୟତ କାର୍ଯ୍ୟାଳୟ ରେ ସୋମବାର ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ  ଅନାମିକା ପାଣ୍ଡେ ,  ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ ,  ସରପଞ୍ଚ ବନିତା କୁମାରୀ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଗ୍ରାମ ପଞ୍ଚାୟତ ଅଧିକାରୀ ରୋଜାଲିନ୍ ଦଳାଇ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ  ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ , ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ବର ରୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର , ଏଡିଓ କାହ୍ନୁଚରଣ ମହାଙ୍କୁଡ , ରାଜସ୍ବ ନୀରିକ୍ଷକ ଉପେନ୍ଦ୍ର କୁମାର ବେହେରା , ରାଜସ୍ବ ସୁପ୍ରଭାଇଜର ତିଳୋତ୍ତମା ଦୋରା , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ମଧୁସ୍ମିତା ପଣ୍ଡା , ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ , ବ୍ଲକ କୃଷି  ଅଧିକାରୀ କଲ୍ୟାଣୀ ରାଉତ , ସମବାୟ ସମ୍ପାଦକ ଏସ. ଗାନ୍ଧୀ ଦୋରା , ସମିତି ସଭ୍ୟ ଏସ . ରୀନା ଦୋରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ରେ  ୧୮ ଜଣ ହିତାଧିକାରୀ ନିଜର ଅଭିଯୋଗ ପତ୍ର ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ