ମହିଳାଙ୍କୁ ଘରେ ପଶି ଅସଦାଚରଣ ଘଟଣା: ଜେଲ ଗଲା ଅଭିଯୁକ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବରପଲ୍ଲୀ ଗ୍ରାମର ଜଣେ ମହିଳା ଙ୍କୁ ଘରେ ପଶି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଗ୍ରାମର ଅଭିଯୁକ୍ତ ସଂଗ୍ରାମ ଭୁଁୟା ଖଣ୍ଡା ଧରି ମହିଳା ଙ୍କ ସ୍ବାମୀ ଓ ଦେଢ଼ଶୁର ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ବୁଧବାର ମହିଳା ଙ୍କ ସହ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ଙ୍କ ବିରୋଧରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୨୨/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଶନିବାର ତଦନ୍ତକାରୀ ଅଧିକାରୀ ମନୋଜ ସିଂ ଅଭିଯୁକ୍ତଙ୍କୁ ଗିରଫକରି ବ୍ରହ୍ମପୁର ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିଲେ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ କିଛିଦିନ ହେଲା ସଂଗ୍ରାମ ଗାଁ ରେ ଆତଙ୍କରାଜ ଚଳାଇଥିଲେ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ମହିଳା ଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବାସହ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ତାଙ୍କ ସ୍ଵାମୀ ଓ ଦେଢ଼ଶୁର ପ୍ରତିବାଦ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଖଣ୍ଡା ଧରି ଗାଁ ରେ ମାର୍ଚ୍ଚିଂ କରିଥିଲେ। ଏନେଇ ଗ୍ରାମବାସୀ ମେଳି ବାନ୍ଧି ଥାନାରେ ପହଞ୍ଚି ପୋଲିସ ନିକଟରେ ବୟାନ ଦେଇଥିଲେ।


