ଦିଗପହଣ୍ଡି ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଘାଟିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କ୍ରୀଡା ଉତ୍ସବକୁ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼. ଶଙ୍କର ନାରାୟଣ ବେଜ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସେହିଭଳି ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରସାଦ ରଥ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ର ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପରିଚାଳନା ସମିତି ଉପଦେଷ୍ଟା କେ. ରାମମୂର୍ତ୍ତି ଆଚାରୀ, ଶ୍ୟାମସୁନ୍ଦର ରେଡ୍ଡୀ, ସନ୍ତୋଷ କୁମାର ପାଢ଼ୀ ଏବଂ କୋଷାଧ୍ୟକ୍ଷ ଶ୍ରୀହର୍ଷ ପଣ୍ଡା ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ। କ୍ରୀଡା ପ୍ରଶିକ୍ଷକ ସିମାଞ୍ଚଳ ପାଢ଼ୀ, ଶିଶିର କାନ୍ତ ଜେନା ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ ବେହେରା, ସନ୍ତୋଷ କୁମାର ପାତ୍ର, ସନ୍ତୋଷ କୁମାର ପଣ୍ଡା, ଶ୍ରୀଧର ରଥ ଓ ଅନ୍ୟ ଆଚାର୍ଯ୍ୟା ଆଚାର୍ଯ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


