ସତ୍ୟସାଇ ବାବାଙ୍କ ଶହେ ତମ ଜନ୍ମ ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭଗବାନ ସତ୍ୟସାଇ ବାବାଙ୍କ ଶହେତମ ଜୟନ୍ତୀ ପାଳିତ ହୋଇଯାଇଛି। ଭଗବାନ ସତ୍ୟସାଇ ଭକ୍ତମାନେ ଦିନ ତମାମ ବାବାଙ୍କ ଭଜନଗାନ କରି ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଭୋର ସମୟରେ କୀର୍ତନ କରି ପାରଳାଖେମୁଣ୍ଡି ନଗର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ୫ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା. ଭକ୍ତିମୟ ପରିବେଶ ମଧ୍ୟରେ ଭାଗବାନ ସତ୍ୟସାଇ ବାବାଙ୍କ ଏହି ଶହେ ତମ ଜନ୍ମ ତିଥ୍ୟାକୁ ଅତ୍ୟନ୍ତ ଭକ୍ତିର ସହ ପାରଳାଖେମୁଣ୍ଡି ସହରରେ ପାଳନ କରାଯାଇଥିବା ଲକ୍ଷ୍ୟ କରାଯାଇଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ