ଦିଗପହଣ୍ଡିରେ ଜବରଦଖଲ ଉଚ୍ଛେଦ: ଚାପା ଉତ୍ତେଜନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହରରେ ପ୍ରଶାସନ ପକ୍ଷରୁ ଗୁରୁବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୁଖ୍ୟରାସ୍ତା ର  ଉଭୟ ପାର୍ଶ୍ଵ ରେ ଥିବା ଡ୍ରେନ ଓ ରାସ୍ତା କୁ କିଛି ବ୍ୟକ୍ତି ବହୁବର୍ଷ ହେଲା ଜବରଦଖଲ କରି ବାରଣ୍ଡା ଓ ସିଡି ନିର୍ମାଣ କରିଥିଲେ।ପୂର୍ବରୁ ଏନେଇ ଏନଏସି ପ୍ରଶାସନ ପକ୍ଷରୁ ସେମାନଙ୍କୁ ନୋଟିସ ଦିଆଯାଇଥିଲା। ସହରର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପୁଞ୍ଜିକଂୟା ଛକର ଆସିକା,ଚିକିଟି ଏବଂ ପୋଡାମାରି ରାସ୍ତାର ଉଭୟ ପାର୍ଶ୍ଵର ଡ୍ରେନ ଉପରେ କିଛି ବ୍ୟବସାୟୀ ,ବାସିନ୍ଦା କଂକ୍ରିଟ ପକାଇ ଜବରଦଖଲ କରିଥିଲେ । ଯାହାଫଳରେ ରାସ୍ତା ସଂକୀର୍ଣ୍ଣ ହୋଇ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଗୁରୁବାର ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଆଶିଷ କୁମାର ନାୟକ,  ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର , ଏନଫୋର୍ସମେଣ୍ଟ ସ୍କୁଆର୍ଡ଼ ଏବଂ ପୋଲିସ ଫୋର୍ସ ଙ୍କ ଉପସ୍ଥିତିରେ  ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଥିଲା । ଏନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ସେହିପରି ଅପରାହ୍ନ ରେ ଏନଏସି ପ୍ରଶାସନ ପକ୍ଷରୁ ସହରର ବସଷ୍ଟାଣ୍ଡ ,ବଜାର ପ୍ରଭୃତି ମୁଖ୍ୟରାସ୍ତା ରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗୋରୁ ମାନଙ୍କୁ ଜବତ କରାଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ