ବଞ୍ଚୋ ଗ୍ରାମରେ ମା’ବରାହୀଙ୍କ ଜମିରେ ପକ୍କା ଘର ଉଛେଦ ଦାବି
ହାଟଡିହି (ଓ୍ବାଇଏନଏସ); ବଞ୍ଚୋ ଗ୍ରାମରେ ମା’ବରାହୀଙ୍କ ଜମିକୁ ନିଜ ନାମରେ ପଟ୍ଟା କରିନେଇ ନିର୍ମାଣ ହୋଇଥିବା ପକ୍କାଘରକୁ ଉଛେଦ କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଅନୁଯାଇ ବଞ୍ଚୋ ଗ୍ରାମରେ ଥିବା ମା ବରାହୀ ଠାକୁରାଣୀଙ୍କ ଜମି ଯାହାର ( ସାବକ ଖାତା ନଂ ୪୦୩ ପ୍ଲଟ ନଂ- ୪୪୦୭ ଏରିଆ ଏ ୦.୦୨ ଡ଼ି ବର୍ତ୍ତମାନ ହାଲ ଖାତା ନଂ ୯୧୬ ପ୍ଳଟ ନଂ- ୩୧୫୮/୬୧୫୮ ଏରିଆ ଏ ୦.୦୨ ଡ଼ି ମୌଜା ବଞ୍ଚୋ ପ୍ରଜା ଶ୍ରୀପତି ରାଉତ ପିତା, ସନ୍ନ୍ୟାସୀ ରାଉତ ଙ୍କ ନାମେ ପଟ୍ଟା ହୋଇ ଯାଇଛି। କିନ୍ତୁ ପୂର୍ବରୁ ଏହା ମା ବରାହୀ ଠାକୁରାଣୀଙ୍କ ନାମରେ ଥିଲା । ଏହି ସୁଯୋଗରେ ତାଙ୍କର ପୁତ୍ର ଭକ୍ତ ପ୍ଲଟ ଉପରେ କୋଠାଘର ନିର୍ମାଣ କରିଅଛନ୍ତି ଏବଂ ପାଖରେ ଥିବା ସରକାରୀ ରାସ୍ତା ଯାହାର ପ୍ଲଟ ନଂ – ୩୧୪୫ ଖାତା ନଂ -୧୦୩୭ କୁ ମାଡି ଘର କରିଥିବାରୁ ରାସ୍ତାଟି ସଂକୁଚିତ ହୋଇଯାଇଅଛି, ଯାହା ଫଳରେ ସର୍ବସାଧାରଣ ଯିବା ଆସିବା ଏବଂ ଦମକଳ ଗାଡି, ଆମ୍ବୁଲାଙ୍କୁ ଗାଡି ଯାଇପାରୁନାହିଁ । ଏଣୁ ଏହାର ସତ୍ୟାସତ୍ୟ ତଦନ୍ତ କରି ବର୍ତ୍ତମାନର ପଟ୍ଟାକୁ ଖାରଜ କରାଯାଇ ମା ବାରାହୀ ଠାକୁରାଣୀଙ୍କ ଖାତାକୁ ଫେରାଇ ଆଣିବାକୁ ପ୍ରଶାନ୍ତ ରାଉତ, ସଂଗ୍ରାମ ରାଉତ, ବିକାଶ ବରାଳ, ବିଦ୍ୟାଧର ନାୟକ, ନାରାୟଣ ବରାଳ, ଆଲୋକ ବରାଳ, ସୁନୀଲ ବରାଳ ପ୍ରମୁଖ ଦାବି କରିଛନ୍ତି।


