ଚୋରା ଲୁହାରଡ଼ ସହ ମ୍ୟାକ୍ସ ପିକ ଅପ ଗାଡି ଜବତ, ଦୁଇ ଗିରଫ

ବୁଗୁଡା, (ଅନୀଲ କୁମାର ମହାରଣା) : ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଦିଗରୁ ନୟାଗଡ଼ ଦିଗକୁ ଚୋରା ଲୁହାରଡ଼ ବୋଝେଇ ମ୍ୟାକ୍ସ ପିକ ଅପ ଓଆର ୦୨ଏଏସ ୦୮୭୪ ଗାଡ଼ିରେ ଯାଉଥିବା ବେଳେ ବୁଗୁଡା ପୋଲିସ ଧରିବାରେ ସଫଳ ହୋଇଛନ୍ତି। ଚୋରା ଜିନିଷ ନେଉଥିବା ଅଭିଯୁକ୍ତ ଦୁଇ ଜଣ ଭିକାରୀ ମନ୍ଥନଙ୍କ ପୁଅ ମୁନା ମନ୍ଥନ (୩୧) ଏବଂ କୈଳାଶ ଦଳବେହେରାଙ୍କ ପୁଅ ଚନ୍ଦ୍ରମଣି ଦଳବେହେରା (୩୫), ଉଭୟ ନୟାଗଡର ଇଟାମାଟି ର ଅଟନ୍ତି। ବୁଗୁଡ଼ା  ପୋଲିସ ଥାନା କେସ୍ ନମ୍ବର ୮୦୯/୨୫ ୟୁ/ଏସ -୩୦୩(୨)/୩(୫) ବିଏନ୍ଏସ୍ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତ ମୁନା ଓ ଚନ୍ଦ୍ରମଣି ଙ୍କୁ ଗିରଫ କରାଯାଇ ଗୋଟିଏ ମ୍ୟାକ୍ସ ପିକ୍ ଅପ୍ ଗାଡି, ୪୮ଟି ୮ଏମ୍ଏମ୍ ରଡ୍, ୧୫ଟି ୧୨ଏମ୍ଏମ୍ ରଡ୍ ଏବଂ ୨୦ କିଲୋଗ୍ରାମ ସ୍କାର୍ପ ଜବତ କରାଯାଇଛି। ଉଭୟ ମୁନା  ମନ୍ଥନ ଓ ଚନ୍ଦ୍ରମଣି ଦଲାବେହେରାଙ୍କୁ ୨୫/୧୨/୨୫ ତାରିଖ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଆଇଆଇସି ସୀତାଂସୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ