ସ୍ୱର୍ଗତଃ ପ୍ରଭାତ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା

କୋଦଳା : ଓଡିଶା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି, ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ ମାନଙ୍କ କଲ୍ୟାଣ ନିମିତ୍ତ ଉତ୍ସର୍ଗୀକୃତ ରହି କ।ର୍ଯ୍ୟ କରିଥିବା, ଓଡିଶା ସାମ୍ବାଦିକ ଜଗତର ଅନ୍ୟତମ ଭୀଷ୍ମ ପିତାମହ, ପ୍ରଭାତ ଦାଶ ଙ୍କ ତା ୨୬.୧୨.୧୯ ରିଖ ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ ବରଣ କରିଛନ୍ତି l ଏହାକୁ ନେଇ କୋଦଳା ସାମ୍ବାଦିକ ସଂଘ ତରଫରୁ ଏକ ଶୋକ ସଭା ପାଳନ କରାଯାଇଛି l ଏଥିରେ ସଂଘ ସଭାପତି ଶ୍ରୀ ଭଗବାନ ପାଢ଼ୀଙ୍କ ନେତୃତ୍ୱରେ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ଠାରେ ସମସ୍ତ ସାମ୍ବାଦିକ ଭାଇ ଏକ ହୋଇ ନିରବ ପାର୍ଥନା କରିଥିଲେ ଓଡିଶା ଜଣେ ବଳିଷ୍ଠ ସଂଗଠକ, ବାଗ୍ମୀ ବକ୍ତା, ମିଷ୍ଟଭାଷୀ ସାମ୍ବାଦିକଙ୍କୁ ହରାଇଲା ବୋଲି ଶ୍ରୀ ପାଢ଼ୀ ନିଜ ବକ୍ତବ୍ୟ ରଖିଥିଲେ l କୋଦଳା ସାମ୍ବାଦିକ ସଂଘ ତରଫରୁ ଆୟୋଜିତ ସ୍ୱର୍ଗତଃ ପ୍ରଭାତ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସାମ୍ବାଦିକ ମାନେ ସ୍ମୃତି ଚାରଣ ମାଧ୍ୟମରେ କହିଥିଲେ । ସାମ୍ବାଦିକ ସନ୍ତୋଷ କୁମାର ସେଠୀ, କୃଷ୍ଣଚନ୍ଦ୍ର ପୋଲାଇ, ଦିବାକର ପାଣ୍ଡୀ, ସୁଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ ପୋଲାଇ, ଜଗନ କୁମାର ସେଠୀ, ଦୀପକ କୁମାର ସେଠୀ, ଗୁଲସନ କୁମାର କର, ଗୋବିନ୍ଦ ପାଣିଗ୍ରାହୀ ଓ ଉମା ଚରଣ ମହାରଣା ପ୍ରମୁଖ ଶୋକସଭାରେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ