ଦୁହୁରିଆ କ୍ରସିଂ ବଜାରରେ ଦ୍ୱିତୀୟ ପୋଲ ନିର୍ମାଣ ଦାବି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡାର ଦୁହୁରିଆ କ୍ରସିଂଙ୍ଗ ବଜାର ଛକ ଜିଲ୍ଲାର ମୁଖଶାଳା। ଏହା କଟକ, ଯାଜପୁର, ଜଗତସିଂହ ପୁର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଅଛି । ୫୩ନମ୍ବର ଜାତୀୟ ରାଜପଥ ଦୁହୁରିଆ କ୍ରସିଂ ଠାରେ କଟକ – ଚାନ୍ଦବାଲି ରାସ୍ତାକୁ ଅତିକ୍ରମ କରୁଅଛି । କଟକ ଚାନ୍ଦବାଲି ରାସ୍ତା ୪ ଲେନ୍ ବିଶିଷ୍ଟ ହେବ। ଏଠାରେ ଗୋଟିଏ ମାତ୍ର ପୋଲ ନିର୍ମାଣ କରାଯାଇଅଛି । ଏଠାରେ ଦ୍ୱିତୀୟ ପୋଲ ନିର୍ମାଣ କରାଯିବା ପାଇଁ କେନ୍ଦ୍ରାପଡା ନାଗରିକ ସୁରକ୍ଷା ମଞ୍ଚ, ଦୁହୁରିଆ ପକ୍ଷରୁ ଦୀର୍ଘ ଦିନରୁ ଦାବି କରାଯାଇଥିଲା । ଗତ ୨୪ ତାରିଖ ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ସ୍ଥାନକୁ ଏକ ଟେକ୍‌ନିକାଲ ଟିମ୍ ପରିଦର୍ଶନ କରିବାପରେ କାର୍ଯ୍ୟ କରିବା ପାଇଁ ବିଚାର ଗ୍ରହଣ କରାଗଲା। ମାତ୍ର ଜୋର ଜବରଦସ୍ତ ଜାତୀୟ ରାଜପଥ କତ୍ତୃପକ୍ଷ(ଏନ୍‌.ଏଚ୍‌.ଏ.ଆଇ.)କାମ କରୁଥିବାରୁ ତାହାର ପ୍ରତିବାଦରେ ଆଜି ନାଗରିକ ସୁରକ୍ଷା ମଞ୍ଚ ଏନ୍‌.ଏଚ୍‌.ଏ.ଆଇ.ର କାର୍ଯ୍ୟ ବନ୍ଦ କରିଥିଲା । ଫଳରେ କାର୍ଯ୍ୟବନ୍ଦ ସ୍ଥାନକୁ ତହସିଲଦାର, ସଦରଥାନା ଅଧିକାରୀ, ପି.ଡି.ଏନ୍‌.ଏଚ୍‌.ଏ.ଆଇ. ପ୍ରମୁଖ ପହଞ୍ôଚ ଆଲୋଚନା କରିଥିଲେ । ଏଠାରେ ଦ୍ୱିତୀୟ ପୋଲ ନିର୍ମାଣ ହେବା ପର୍ଯ୍ୟନ୍ତ ୫୦ ମିଟର ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଆନ୍ଦୋଳନରେ ନାଗରିକ ସୁରକ୍ଷା ମଞ୍ଚର ସଭାପତି ଆଡଭୋକେଟ ବିଜୟ ପରିଡା, ଆବାହକ ସନାତନ ମୁଦୁଲି, କ୍ଷେତ୍ରବାସୀ ସାହୁ, ଜମଧର ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମିତି ସଭ୍ୟ ଦେବାଶିସ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ଶାରଦା ନାଥ, ଜୀବନ ବେହେରା, କାହ୍ନୁ ବାବୁ, ସୁଶିଲ ବାବୁ, ପ୍ରଶାନ୍ତ ସାମଲ, ନାରାୟଣ ସେଠୀ, ରାମ ନାଥ, କିଶୋର ଜେନା, ପ୍ରପୁଲ କୁମାର ସାହୁ, ସୁରେନ୍ଦ୍ର ସ୍ୱାଇଁ, ପ୍ରଭାକର ସାହୁ, ବିଦ୍ୟାଧର ନାଥ, ଭାଗବତ ନାୟକ, ପ୍ରସନ୍ନ ସାହୁ, ସୁରେନ୍ଦ୍ର ସେଠୀ, ଗୁରୁଚରଣ ସ୍ୱାଇଁ, ଭବାନୀ ଶଙ୍କର ବାରିକ, ଭାବଗ୍ରାହୀ ସାହୁ, ଦୁର୍ଯୋଧନ ସାହୁ, ବିଜୟ ସେଠୀ, ଅଭୟ ସାହୁ, ସରୋଜ ସ୍ୱାଇଁ, ପପୁ ଦାସ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଯେଉଁ ପର୍ଯ୍ୟନ୍ତ ଦ୍ୱିତୀୟ ପୋଲ ନିର୍ମାଣ କରାନଯାଇଛି ସେ ପର୍ଯନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏଠାରେ ୨ୟ ପୋଲ ନିର୍ମାଣ କରା ନ ଗଲେ ୪ଟି ଜିଲ୍ଲାର ଜନସାଧାରଣ ନିଶ୍ଚିତ ଭାବରେ ଅସୁବିଧାରେ ପଡିବେ ବୋଲି ଆନ୍ଦୋଳନ କାରୀମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ