ଜାନୁଆରୀ ପହିଲାରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳନ ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ସାରା ବିଶ୍ୱରେ ସମସ୍ତ ଦିବସ ପାଳନ ହେଉଥିବା ବେଳେ ପ୍ରାର୍ଥନା ଦିବସ କିନ୍ତୁ ପାଳନ ହେଉନାହିଁ। ଏହାକୁ ବିଚାର କରି ଆଶ୍ରମର ଶ୍ରୀମା ଜାନୁଆରୀମାସର ପ୍ରଥମ ଦିନକୁ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଯିଏ ଯେଉଁଠି ଥାଉନା କାହିଁକି ସେଠାରେ ନିଜର ଇଷ୍ଟ ଦେବତାଙ୍କୁ ବିଶ୍ୱର ଶାନ୍ତି ନିମନ୍ତେ ପ୍ରାର୍ଥନା କରିବାକୁ ଶ୍ରୀମା ଅନୁରୋଧ କରିଛନ୍ତି। ସମାଜରେ ଆତଙ୍କରାଜ ବଢି ଚାଲିଛି। ହିଂସା,ଇର୍ଷା କର୍କଟ ରୋଗ ଭଳି ବୃଦ୍ଧି ହେବାରେ ଲାଗିଛି। ପରଷ୍ପର ସ୍ନେହ ଓ ସହାନୁଭୂତି କମି କମି ଚାଲିଛି। ମଣିଷ ପଣିଆ ଆମ ଭିତରୁ ଲୋପ ହୋଇଯାଇଛି। ଦୈବୀ, ଦୂର୍ବିପାକ କେତେ ଯେ କ୍ଷୟକ୍ଷତି କରି ଧନ ଜୀବନ ନଷ୍ଟ କରୁଛି। ସବୁ ବେଳେ ଚାରିଆଡେ ହା ହା କାର। ମଣିଷ ଆଜି ଅନିଶ୍ଚିତତା ଭିତରେ ଗତି କରୁଛି। ରୋଗ, ବ୍ୟାଧି, ମାନସିକ ଯନ୍ତ୍ରଣା, ପାରିବାରିକ ସମସ୍ୟା କେତେ କଣ ସବୁ ଜୀବନରେ ଘଟିଯାଉଛି। ଏହାର ନିରାକରଣ ଏକମାତ୍ର ପ୍ରାର୍ଥନା। ସବୁ ସମସ୍ୟାର ସମାଧାନ କେବଳ ପ୍ରାର୍ଥନା। ସବୁଦିନେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ଆମର କର୍ତ୍ତବ୍ୟ। କିନ୍ତୁ ଗୋଟିଏ ଦିନ ଏକ ସମୟରେ ସମସ୍ତେ ମିଳିତ ହୋଇ ପ୍ରାର୍ଥନା କରିବା ବିଶ୍ୱରେ ସତ୍ୟ ଶାନ୍ତି ପ୍ରତିଷ୍ଠା ହେଉ। ସବୁ ବିପଦରୁ ରକ୍ଷା ପାଇଁ ପ୍ରାର୍ଥନା ହେଉଛି ଆମର ଅମୋଘ କବଚ। ଦୁଇ ହାତ ଯୋଡା ପ୍ରାର୍ଥନାରତ ହାତ ମହାଶକ୍ତିଶାଳୀ ପରମାଣୁ ବୋମାକୁ ମଧ୍ୟ ନିଷ୍କ୍ରୀୟ କରିଦେଇ ପାରେ। ଆସ ଆମେ ସମସ୍ତେ ଜାନୁଆରୀମାସ ପହିଲାରେ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାର୍ଥନା କରିବା ଓ ଜୀବବନରେ ଖୁସି ଭରିବା। ସକଳେ ହୋଇ ଏକ ମୁଖ ଡାକିବା ନାରାୟଣ ରଖ ବୋଲି ଶ୍ରୀମା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ