ବରିଷ୍ଠ କଂଗ୍ରେସ ନେତା ସୁବୋଧ ମହାପାତ୍ରଙ୍କ ସ୍ମୃତି ଚାରଣ ସଭା
ହାଟଡ଼ିହି,(ଓ୍ବାଇଏନଏସ) : ହାଟଡ଼ିହି ବ୍ଲକ ଅଧୀନ ଆମ୍ବୋ ପଞ୍ଚାୟତ ଆମ୍ବୋ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସ୍ବର୍ଗତ ସୁବୋଧ ମହାପାତ୍ରଙ୍କ ଏକାଦଶାହ କ୍ରିୟାରେ ଆଜି ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ।ତାଙ୍କ ସହ ଉପସ୍ଥିତ ଥିଲେ ସୁବ୍ରତ ଚକ୍ର, ତ୍ରିଲୋଚନ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।


