ଚା’ ବଗିଚା ପୁନରୁଦ୍ଧାର ପାଇଁ ଜିଲ୍ଲାସ୍ତରରେ ବୈଠକ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗତ କାଲି କୋଲକାତାସ୍ଥିତ ଟି ବୋର୍ଡ ଇଣ୍ଡିଆରେ ୨ଜଣିଆ ସଦସ୍ୟ ଉକ୍ତ ଅଂଚଳକୁ ଯାଇ ସ୍ଥିତ ଅନୁଧ୍ୟାନ କରିବା ପରେ ଆଜି ଜିଲ୍ଲା କମିଟିରେ ମତ ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ମିନି କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ସେନାପତି ଆଲୋଚନା କରି ତରମାକାନ୍ତ ଟି ବାଗାନ ର ବର୍ତ୍ତମାନ ସ୍ଥିତ ନେଇ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ କେଉଁ କେଉଁ ସ୍ଥାନରେ ନୂତନ ଭାବେ ଟି ପ୍ଲାଣ୍ଟେସନ କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଟି ପ୍ଲାଣ୍ଟେସନ ନୋଡାଲ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ବୈଠକରେ ଆଲୋଚନା କରିଥିଲେ । କୋଲକାତାସ୍ଥିତ ଟି ବୋର୍ଡ ଇଣ୍ଡିଆ ର ଡେପୁଟି ଡାଇରେକ୍ଟର ଅନୁପମ ଦାସ,ଡେଭେଲପମେଣ୍ଟ ଅଫିସର ସୁଭାଶିଷ କୁମାର ସ୍ୱାଇଁ ଚା’ ଚାଷ ନେଇ ବୈଷୟିକ ପରାମର୍ଶ ଦେଇଥିେଲେ । ଏହି ବୈଠକରେ ଡିଏଫ୍ଓ ଧନରାଜ ଏଚ୍ଡି,ଉଦ୍ୟାନ ବିଭାଗ ଉପ ନିଦେ୍ର୍ଦଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ,କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡକ୍ଟର ସୁକାନ୍ତ କୁମାର ସାହୁ,ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଦୀପ କୁମାର ରାଉତ,ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ ,ବାଂଶପାଳ ବିଡିଓ ରାଜା ରଣଜିତ୍ ବଳ ପ୍ରମୁଖ ଉପସ୍ଥିତ ରଖି ମତ ରଖିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ବିଭାଜିକା,ରାଜସ୍ୱ ବିଭାଗ ଓ ବନବିଭାଗ ମିଳିତ ଭାବେ ଚା’ ବାଗାନ ଅଂଚଳକୁ ଯାଇ ଜମିଜମାର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ସହ ସୀମା ନିର୍ଦ୍ଧାରଣ କରି ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ପୂର୍ବରୁ ଉକ୍ତ ଚା ବାଗାନ କୁଶକଳା,ତରମାକାନ୍ତ,କଲଣ୍ଡା,ସିଂପୁର ଏବଂ ଅଡାଳ ଗ୍ରାମର ୨୨୦୦ ଏକର ଜମିରେ ଚା ଚାଷ କରାଯାଇଥିଲା । ପ୍ରସ୍ତାବିତ ନୂତନ ଚା’ ବଗିଚା ପାଇଁ କୁଶକଳା ଏବଂ ଅଡାଳ ରେ ଜମି ଚିହ୍ନଟ ହୋଇଛି । ଗତକାଲି ଟିମର ୨ ସଦସ୍ୟ ତରମାକାନ୍ତ ଚା’ ବାଗାନ ଅଂଚଳ ପରିଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଚା’ ବାଗାନ ପୁନରୁଦ୍ଧାର ହେଲେ ସ୍ଥାନୀୟ ଲୋକ କର୍ମ ନିଯୁକ୍ତି ପାଇବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ । ପରବର୍ତ୍ତୀ ସମୟରେ ଏହାକୁ ନେଇ ଟି ବୋର୍ଡ କ’ଣ ପଦକ୍ଷେପ ନେବ ଏବଂ ରାଜ୍ୟ ସରକାରଙ୍କୁ କି ରିପୋର୍ଟ ଦେବ ଏହା ଉପରେ ସମସ୍ତଙ୍କର ନଜର ରହିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ