କୁକୁଡାଖଣ୍ଡି ବିଜେଡିରେ ଅନ୍ତଦ୍ବନ୍ଦ !

କୁକୁଡାଖଣ୍ଡି,(ହିମାଶୁଂ) ; ବିଜେଡି  ପ୍ରତିଷ୍ଠା ଦିବସରେ  କୁକୁଡାଖଣ୍ଡି ବ୍ଲକ ବିଜେଡି ର ଅନ୍ତରଦ୍ୱନ୍ଦ୍ୱ ପଦାରେ ପଡିଲା, ପୁରୁଣା କର୍ମୀଙ୍କୁ ଉପେକ୍ଷା କରି ହାତ ଗଣତି କିଛି ଲୋକଙ୍କୁ ଧରି ବ୍ୟାନେରରେ ସରିଗଲା ପ୍ରତିଷ୍ଠା ଦିବସ।ଗୋଟିଏ ପଟେ ବିଜେଡି ଶାସିତ ନବୀନ ସରକାର ରାଜ୍ୟରେ ଏକାକ ସଂଖ୍ୟା ଗରିଷ୍ଠତା ପାଇ ଓଡିଶାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ହୋଇଛନ୍ତି l ଡ଼ିସେମ୍ବର 26 ତାରିଖରେ ବିଜୁ ଜନତା ଦଳର କର୍ମୀ ମାନେ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠା ଦିବସ ପାଳନ କରିବା ସହ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କଲେ l ଅନୁରୂପ ଭାବରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକରେ ମଧ୍ୟ ବିଜେଡି ପାଳିଲା ତାର ପ୍ରତିଷ୍ଠା ଦିବସ l ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ କର୍ମୀମାନେ ମାଲ୍ୟାର୍ପଣ କଲେ l କିନ୍ତୁ ଅତି ଦୁର୍ଭାଗ୍ୟର ବିଷୟ ଏତେ ବଡ଼ଦଳ କିନ୍ତୁ କେବଳ ହାତଗଣତି 15 ରୁ 20 ଜଣ କର୍ମୀ ଉପସ୍ଥିତ ଥିଲେ l ବିଗତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ବିଜେଡି ସବୁଥିରେ ସର୍ବାଧିକ ଭୋଟ ପାଇ ପଞ୍ଚାୟତ ସମିତି ଗଠନ କରିଛି ତ ଏ ମାଟିର ବରପୁତ୍ର ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପୁନର୍ବାର ବିଧାନସଭାକୁ ପଠାଇ ବାଚସ୍ପତି ହେବାର ସୁଯୋଗ ଦେଇଛି, ଯାହାକି ଆମ ପାଇଁ ଏବଂ ଆମ ମାଟି ପାଇଁ ଏକ ଗୌରବର ବିଷୟ l ବର୍ତ୍ତମାନ ଡ଼ଃ.ପାତ୍ର ବାଚସ୍ପତି ଆସନରେ ବସିଲା ପରେ ସମ୍ବିଧାନ ନିୟମକୁ ପାଳନ କରି କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉନାହାନ୍ତି l ତାଙ୍କ ଅନୁପସ୍ଥିତି ସତେ ଯେପରି ଦଳକୁ ଏକ ପ୍ରକାର ପଙ୍ଗୁ କରିଦେଇଛି କହିଲେ ଅତୁକ୍ତି ହେବନାହିଁ l କର୍ମୀ ମହଲରେ ଅଭିଯୋଗ କୁହୁଳୁଛି  କୁଆଡେ ପୁରାତନ କର୍ମୀ କୁଂ ଦଳରେ ଅଣଦେଖା କରିବା ସହ ତାଙ୍କୁ ପ୍ରତିଷ୍ଠା ଦିବସରେ ଯୋଗଦେବା ପାଇଁ ଖବର ମଧ୍ୟ ଦିଆଯାଇନାହିଁ l କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ହାତରେ ବନ୍ଧା ପଡିଛି ବ୍ଲକ ବିଜେଡିର  ଭାଗ୍ୟ l କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଏକାଧିକ ପଦବୀରେ ଅବସ୍ଥାପିତ କରାଯାଉଛି, କିନ୍ତୁ ଦଳ ପ୍ରତିଷ୍ଠା ଦିନରୁ ଯେଉଁମାନେ ଦଳ ସାଙ୍ଗରେ ଅଛନ୍ତି ସେମାନଙ୍କ ପ୍ରତି ଦୃଷ୍ଟି ଦଳ ଦେଉନଥିବା ପୁରୁଖା କମୀ ମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ