ଜିଲ୍ଳାସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ

କଟକ, (ଓ୍ବାଇଏନଏସ):କଟକ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ଆଜି ପୋଲିସ୍ ହାଇସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଳାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଉତ୍ସବକୁ ଉଦଘାଟନ କରି ପ୍ରତିଟି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଉଦ୍ୟମ କରିବାକୁ ଆହ୍ୱାନ କରିଛନ୍ତି । ଶିକ୍ଷା କେବଳ ପାଠପଢାରେ ସୀମିତ ନରହି ଖେଳକୁଦ, କଳା, ସଂସ୍କୃତି, ଚିତ୍ରାଙ୍କନ ତଥା ନିଜ ପସନ୍ଦର ସଉକକୁ ନେଇ ଆଗକୁ ବଢିବା ଦିଗରେ ବିସ୍ତାର ଲାଭ କରିବା ଆବଶ୍ୟକ । ସମାଜରେ ସମ୍ମାନର ସହ ଆଗକୁ ବଢିବାରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପିଏମଶ୍ରୀ ଉତ୍ସବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା କରାଯିବା ସହ, ବିଜ୍ଞାନ ମେଳା, ସାହିତ୍ୟ ଆସର, ବଜାର ମାଧ୍ୟମରେ ବିକ୍ରିବଟା ଓ ପିଲାଙ୍କ ହାତତିହାରି ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରୟ କରାଯାଇଥିଲା । ଜିଲ୍ଲାପାଳ ବିଜ୍ଞାନ ପ୍ରତିଯୋଗୀତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସେମାନେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିବା ସହ ପିଲାଙ୍କ ହାତତିଆରି ସାମଗ୍ରୀ କ୍ରୟ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ଅତରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ବାରିକ, ଶ୍ରୀମତୀ ଅଭିଜିତା ଭାସ୍କର, ଶ୍ରୀ ସନ୍ତୋଷ କୁମାର ସେଠୀ, ପ୍ରଧାନ ଶିକ୍ଷକ ଓଡ଼ିଶା ପୋଲିସ୍ ହାଇସ୍କୁଲ, ଶ୍ରୀମତୀ ସୁଜାତା ବେହେରା, ପଂଚସଖା ଶିକ୍ଷା ସେତୁ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଆଦିତ୍ୟ ଚୌଧୁରୀ, ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ବିଭୂଦତ ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀମତୀ ସାଗରିକା ରାଉତ, ପଂଚସଖା ଶିକ୍ଷା ସେତୁ ପ୍ରକଳ୍ପ ଅଧିକାରୀ, ଶ୍ରୀଯୁକ୍ତ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ