ଜଗତପୁର ଅଞ୍ଚଳରୁ ୧୪୦ ଗ୍ରାମ୍ର ବ୍ରାଉନସୁଗର ଜବତ
କଟକ, (ଓ୍ବାଇଏନଏସ): ଅବକାରୀ ବିଭାଗକୁ ବଡ଼ ସଫଳତା। କଟକ ଜଗତପୁର ଆଇ.ବି ରୋଡ଼ ନିକଟରୁ ୧୪ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗର ଜବତ କରିଛି। ବିକ୍ରି କରିବାକୁ ଆସିଥିବା ବେଳେ ଯୁବକଙ୍କୁ ମାଡ଼ି ବସିଲା କଟକ ଅବକାରୀ ବିଭାଗ। ବ୍ରାଉନସୁଗାର ବେପାରୀ ଗିରଫ। ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଓ ୧୪୦ ଗ୍ରାମର ବ୍ରାଉନସୁଗାର ଜବତ।ସୂଚନାନୁଯାୟୀ, କଟକ ବକ୍ସିବଜାର ଅଞ୍ଚଳର ସାହିଲ୍ ମନ୍ଦ୍ରଜି ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଜଗତପୁରର ଆଇ.ବି ରୋଡ଼ ଅଞ୍ଚଳରେ ବିକ୍ରି କରିବାକୁ ଆସିଥିଲେ । ଏନେଇ ଖବର ପାଇବା ପରେ କଟକ ଅବକାରୀ ବିଭାଗ ଫିଲ୍ମ ଷ୍ଟାଇଲରେ ମାଡି ବସିଥିଲେ। ସମ୍ପୃକ୍ତ ଯୁବକଙ୍କୁ ଠାରୁ ୧୪୦ ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଏନେଇ କଟକ ଅବକାରୀ ପୁଲିସ ତଦନ୍ତ ଜାରି ରଖିଛି। ତେବେ ପଶ୍ଚିମବଙ୍ଗରୁ କେମିତି ଓଡ଼ିଶା ସୀମା ଭିତରକୁ ଏତେ ମାତ୍ରାରେ ବ୍ରାଉନସୁଗର ଆସୁଛି ତାହା ଏବେ ଅବକାରୀ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


