ନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଭିଭିଜି ରାମଜି

କେନ୍ଦ୍ରାପଡ଼ା,୧୬ା୧:ଦେଶରେ ନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେବା ପାଇଁ ଭିଭିଜି ରାମଜି ଆଇନ ପ୍ରଣୟନ କରାଯାଇଛି। ଏହା ଶହେ ଦିନ ପରିବର୍ତ୍ତେ ୧୨୫ଦିନ କାମ ଯୋଗାଇବ। ସଠିକ ସମୟରେ କାମ ଯୋଗାଇ ନପାରିଲେ ସରକାର ବେକାରୀ ଭତ୍ତା ପ୍ରଦାନ କରିବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଗରାପୁରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ପ୍ରକାଶ କରିଛନ୍ତି। ଭିଭିଜି ରାମଜୀ ଆଇନ ଗ୍ରାମୀଣ ବିକାଶକୁ ଖଣ୍ଡିତ ଯୋଜନାରୁ ଏକ ସମନ୍ୱିତ ଯୋଜନା ଆଡକୁ ଆଣିବ। ଯାହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡିକ ଏକକାଳୀନ କାର୍ଯ୍ୟକାରୀ ହେବ। ବିକଶିତ ଗ୍ରାମର ରୂପରେଖ ପ୍ରସ୍ତୁତ କରାଯିବ। ଏହାକୁ ଗ୍ରାମପଞ୍ଚାୟତ ଅନୁମୋଦିତ କରିବ। ସମସ୍ତଙ୍କ ପାଇଁ ଶତ ପ୍ରତିଶତ ଲାଭ ମିଳିବ। ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା କରିବା ପାଇଁ ଏକ ରାଷ୍ଟ୍ରୀୟ ଡିଜିଟାଲ ପ୍ଲାଟଫର୍ମ ତଦାରଖ କରିବ ବୋଲି ନେତାମାନେ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ଉପସଭାପତି ଉପୀନ ରାଉତ, ଗଗନବିହାରୀ ସାହୁ, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ