ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

ସିନାପାଲି, (ଲିଲାମ୍ବର ନାଗ): ସଡ଼କ ସୁରକ୍ଷା ଜୀବନ ରକ୍ଷା , ଦୃତଗତି ମହାବିପତ୍ତି , ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ଏଭଲି ସ୍ଲୋଗାନ ଦେଇ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ମାସ l ଦେଶବ୍ଯାପି ,ସାରାରାଜ୍ୟରେ ୨୦୨୬ ଜାନୁୟାରୀ ୦୧ ତାରିଖ ଦିନ ଠାରୁ ଜାନୁୟାରୀ ୩୧ ତାରିଖ ଦିନ ପର୍ଯ୍ୟନ୍ତ ପାଳନ ହେଉଛି ଏହି ସଚେତନତା ମାସ । ନୂଆପଡା ଜିଲ୍ଲା , ସିନାପାଲି ପୋଲିସ ଷ୍ଟେସନ ତରଫରୁ କଳାକାର ମାନଙ୍କୁ ନେଇ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି ।  ଯୁଗେନପଦର ଛକ ନିକଟରେ କଳାକାର ମାନେ ଜମରାଜା , ଚିତ୍ରଗୁପ୍ତ  ଓ ଜମଦୁତ ବେଶଭୁଷା ପରିଧାନ ପୂର୍ବକ ବାଜାଗାଜା ସହିତ ରାସ୍ତାରେ ଛିଡାହୋଇ ଅମାନିଆ ଗାଡି ଚଳାକ ମାନଙ୍କୁ ସଚେତନ କରୁଛନ୍ତି। ଯେଉଁ ଗାଡ଼ିଚାଳକ ହେଲମେଟ ନ ପିନ୍ଧି ଗାଡି ଚଳାଉଛନ୍ତି  ସେମାନଙ୍କୁ ହେଲମେଟ ପିନ୍ଧି ଗାଡି ଚଳାଇବାପାଇଁ କଡା ନିର୍ଦ୍ଦେଶ ଦେଉଛନ୍ତି ଏବଂ ଯେଉଁ ମାନେ ହେଲମେଟ ପିନ୍ଧିବା ସହିତ ସଡ଼କ ସୁରକ୍ଷା ନିୟମାବଳୀ ପାଳନ କରୁଛନ୍ତି ସେମାନଙ୍କୁ ଚକଲେଟ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି। ସିନାପାଲି ପୋଲିସ କର୍ମଚାରୀ ମାନଙ୍କ ଏଭଳି ଅଭିନବ ନାଟକୀୟ ଭଙ୍ଗୀରେ ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କୁ ଅଞ୍ଚଳର ଜନସାଧାରଣ ଭୁରିଭୁରି ପ୍ରସଂଶା କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ