ସିରିପୁର ଏସଏସଡ଼ି ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ
କଲ୍ୟାଣସିଂପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ଅନ୍ତର୍ଗତ ସିରିପୁର ଏସ. ଏସ.ଡ଼ି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ହେଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ କଣ୍ଡାଗୋରି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଶ୍ରୀ ଚନ୍ଦନଦାସ ବଙ୍ଗାରି, ଆବାହକ ଶ୍ରୀମତୀ ସରୋଜ କୁମାରୀ ମହାପାତ୍ର ଅଧକ୍ଷା ଏବଂ ସଭାପତି କୁମାରୀ ନୟନୀ ରଇତ, ପ୍ରଧାନ ଶିକ୍ଷୟିତ୍ରୀ. ମଞ୍ଚ ପରିଚାଳନା ନାଗେଶ କୁମାର ପାତିକା ବରିଷ୍ଠ ଶିକ୍ଷକ କରିଥିଲେ। ଏହି ଉତ୍ସବ ରେ ଦୋକାନ ଯାତ୍ରା, ଟ୍ୟାଲେଣ୍ଟ ଗ୍ୟାଲେରୀ ଏବଂ ଆକାଂକ୍ଷୀ ମେଳା ତିନୋଟି ପାଭିଲିଆନ ତିଆରି ହେଇଥିଲା ଯେଉଁଥିରେ କୋସମେଟିକ ଷ୍ଟଲ, ପରିବା ଦୋକାନ, ଚା ଷ୍ଟଲ, ପକୁଡି ଷ୍ଟଲ, ଗୁପଚୁପ ଷ୍ଟଲ, ଝାଲମୁଢି ଷ୍ଟଲ, ଫ୍ରୁଟ ସାଲାଡ଼ ଏବଂ ମକଟେଲ କାଉଣ୍ଟର ପରି ବହୁତ ଗୁଡ଼ାଏ ଦୋକାନ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଜିଜ୍ଞାସା, କୁଶଳୀ, କ୍ରୀଡ଼ାଙ୍ଗନ ଏବଂ ସାହିତ୍ୟ ସୃଜନୀ ପରି କ୍ଲବ ଷ୍ଟଲ ମଧ୍ୟ କରିଥିବାରୁ ଅତିଥିଙ୍କୁ ଆକୃଷ୍ଟ କରିଥିଲା। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷକ ଓ ଲାର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।


