ନୂଆ ରୋଜଗାରର ପନ୍ଥା ସାଜିଛି ୟୁଟୁବ

କୋକସରା,( ଗଣେଶ କୁମାର ଭାଟି ):ଯୁବ ପିଢ଼ି ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିଛି ୟୁଟୁବ୍। ଡିଜିଟାଲ୍ ଯୁଗରେ ମୋବାଇଲ ଆଜି ଯୁବ ପିଢ଼ି ପାଇଁ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ ଶକ୍ତିଶାଳୀ ରୋଜଗାର ମାଧ୍ୟମ ସାଜିଛି। ଦେଶ ଓ ରାଜ୍ୟର ଅନେକ ଯୁବକ-ଯୁବତୀ ଆଜି ୟୂଟୁବ ମାଧ୍ୟମରେ ସ୍ୱାଧୀନ ରୋଜଗାର ସୃଷ୍ଟି କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି। ପଢ଼ାଶୁଣା ସହିତ ଅନ୍ୟ ବ୍ୟବସାୟ ସହ ଅନେକ ଯୁବକ ନିଜର ପ୍ରତିଭା, ଜ୍ଞାନ ଓ ସୃଜନଶୀଳତାକୁ ୟୂଟୁବରେ ପ୍ରଦର୍ଶନ କରି ଆୟ କରୁଛନ୍ତି। କେହି ଶିକ୍ଷାମୂଳକ ଭିଡିଓ, କେହି ସମାଜିକ ସଚେତନତା, କେହି ରନ୍ନା, କେହି ଯାତ୍ରା, କେହି ଟେକ୍ନୋଲୋଜି, ବ୍ୟାଣ୍ଡ ପାର୍ଟି ବାଜା ଯୋଡ଼ି ଓ କେହି ଗ୍ରାମୀଣ ଜୀବନ ଉପରେ ଭିଡିଓ ତିଆରି କରି ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। ୟୁଟୁବ ମାଧ୍ୟମରେ ବିଜ୍ଞାପନ, ସ୍ପନ୍ସରସିପ୍, ବ୍ରାଣ୍ଡ ପ୍ରମୋସନ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ଉପାୟରେ ଯୁବ ପିଢ଼ି ଭଲ ଆୟ କରିପାରୁଛି। ବିଶେଷ କରି ଗ୍ରାମାଞ୍ଚଳର ଯୁବକ-ଯୁବତୀ ମାନ କୁ ମାଧ୍ୟମ କରି ନିଜ ଅଞ୍ଚଳର ପ୍ରତିଭା ଓ ସଂସ୍କୃତିକୁ ଦେଶ-ବିଦେଶରେ ପହଞ୍ଚାଇ ପାରୁଛନ୍ତି।ବୃଦ୍ଧିଶୀଳ ବେକାରୀ ସମସ୍ୟା ମଧ୍ୟରେ ୟୁଟ୍ୟୁବରେ ଯୁବ ପିଢ଼ି ପାଇଁ ଆଶାର କିରଣ ହୋଇଉଠିଛି। ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଯଦି ଡିଜିଟାଲ୍ ଶିକ୍ଷା ଓ ଟ୍ରେନିଂ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି, ତେବେ ଆଗାମୀ ଦିନରେ ୟୁଟ୍ୟୁବରେ ଯୁବ ରୋଜଗାରର ଏକ ବଡ଼ ମଞ୍ଚ ଭାବେ ଉଭୟାସିବା ନିଶ୍ଚିତ। ଠିକ୍ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ଘୁମେରଗୁଡା ଗାଁର କୁମୁଦ ଗହୀର (୩୫) କୁମୁଦ ଶିବଶକ୍ତି ମେଲୋଡି ବ୍ୟାଣ୍ଡ ପାର୍ଟିର ଭିଡିଓ , ଗୀତ,ନାଚ ଆଦି ୟୁଟୁବ ଚେନାଲ ଖୋଲି ଭିଉରେ ଆଜି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଏନେଇ କୁମୁଦ ତାଙ୍କ ଘରେ ମନିଟାଇଜ୍ ର ସଫଳତା ପାଇଥିବାରୁ ବାପା, ମା,ଆଖ ପାଖ ପଡୋଶୀ, ଗ୍ରାମ ବାସୀ ମହଲରେ ଆଶା ଆଶଙ୍କା ଖୁସି କହିଲେ ନ ସରେ। ଏହାକୁ ନେଇ ଗୁରୁବାର ସଂନ୍ଧ୍ୟାରେ ନିଜ ବାସ ଭବନରେ କୁମୁଦ ସାଙ୍ଗ ସାଥୀ ଭାଇ ବନ୍ଧୁକୁ ନେଇ ବାଜା ରୋଷଣୀ କରି ସେଲିବ୍ରେଶନ ଓ କେକ୍ କାଟିଥିଲେ। ସାରାଂଶରେ କୁହିଲେ, ୟୁଟ୍ୟୁବ ଆଜି ଯୁବ ପିଢ଼ିଙ୍କୁ ସ୍ୱପ୍ନ ଦେଖିବା ସହିତ ସେହି ସ୍ୱପ୍ନକୁ ସାକାର କରିବାର ଅବସର ଦେଉଛି, ଯାହା ଭବିଷ୍ୟତରେ ରୋଜଗାର ମାନଚିତ୍ରକୁ ନୂଆ ଦିଗ ଦେବ। କୁମୁଦଙ୍କ ଏହି ସାହାସ ଓ ଦୃଢଶକ୍ତି ଦେଖି ବାପା ମାଁ ଙ୍କ ସହ ଗ୍ରାମାଞ୍ଚଳରେ ଖୁସିର ସୁଅ ଛୁଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ