ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା’ ବୀଣାପାଣିଙ୍କର ପୂଜା ଅନୁଷ୍ଠିତ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବିିଭିନ୍ନ ସ୍ଥାନରେ ବିଦ୍ୟାର ଦେବୀ ମା’ ବୀଣାପାଣିଙ୍କର ପୂଜା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି।ତୁଷାରହାରଧବଳା, ଶ୍ୱେତବସ୍ତ୍ର ଆବୃତ୍ତା ସଂଗୀତ ଓ ବିଦ୍ୟାର ଦେବୀ ମା’ ସରସ୍ୱତୀଙ୍କର ପୂଜା ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ  ଦ୍ୱାରା ପାରମ୍ପରିକ ରୀତିନୀତି ସହକାରେ ଅନୁଷ୍ଠିତ ହୋଇଛି । ବିଭିନ୍ନ ବିଦ୍ୟାଳୟରେ ମା’ଙ୍କର ପୂଜା ଉପଲକ୍ଷେ ସକାଳୁଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ସହ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କର ପୂଜାର୍ଚ୍ଚନା କରିଥିଲେ । କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ,ସରକାରୀ ମହିଳା ମହାବିଦ୍ୟାଳୟ,ଡିଏନ୍ ହାଇସ୍କୁଲ,ନରସିଂହସ୍ୱାଇଁ ପୁଲିସ ହାଇସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଟାଉନ ବାଳିକା ବିଦ୍ୟାଳୟ,ମୋଚିବନ୍ଧ ହାଇସ୍କୁଲ,କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ବଣିଆପାଟ ସରସ୍ୱତୀଶିଶୁବିଦ୍ୟାମନ୍ଦିର,ଧରଣୀଧର ଉଚ୍ଚ ବିଦ୍ୟାଳୟ (SGBK) ମଧ୍ଯ ଇଂରାଜୀ ବିଦ୍ୟାଳୟ ଗୁରୁଡ଼ା.ବାମେବାରି ଉଚ୍ଚ ବିଦ୍ୟାଳୟ ସରସ୍ୱତୀ  ଶିଶୁ ବିଦ୍ୟାମନ୍ଦିର ବାମେବାରି ଆଦି ଅନୁଷ୍ଠାନ ମାନଙ୍କ ସହ  ଓ ଆଖପାଖ ଅଞ୍ଚଳର ଅନେକ ଶିକ୍ଷାନୁଷ୍ଠାନମାନଙ୍କରେ ମା’ ସରସ୍ୱତୀଙ୍କର ପୂଜା ଯଥାବିଧି ଅନୁଷ୍ଠିତ  ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ