କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ୩ୟ କ୍ୱାଟର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬)ର ଆଜି(ମଙ୍ଗଳବାର) ପୁଲ୍‌-‘ବି’ର ପ୍ରଥମ ମ୍ୟାଚ୍ ଇଷ୍ଟ କୋଷ୍ଟ ରେଲୱେ ୱାଲଟିଆର ବିଶାଖାପାଟନମ୍ ଓ ବିସିସିସି ପୋଲିସ ଲାଇନ ବୋକାରୋ ଝାରଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିତିି ଇଷ୍ଟ କୋଷ୍ଟ ରେଲୱେ ୱାଲଟିଆର ବିଶାଖାପାଟନମ୍ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୨୫୮ ରନ୍ କରିଥିଲା । ଦଳ ପକ୍ଷରୁ ବି.ସ୍ୱସ୍ତିକ୍ ୫୮ ବଲରେ ୧୨୯ ଓ ୱାଇ. ବସୁ ୨୮ ବଲରେ ୩୫ ରନ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ମୁକେଶ କୁମାର ଯାଦବ ୪ ଉଇକେଟ ନେଇଥିଲେ । ଜବାବରେ ବିସିସିସି ପୋଲିସ ଲାଇନ ବୋକାରୋ ଝାରଖଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୦୭ ରନ୍ କରି ୫୧ ରନ୍‌ରେ ପରାଜୟ ବରଣ କରିଥିଲା । ଫଳରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ସେମି ଫାଇନାଲରେ ପ୍ରବେଶ କରିଛି । ବୋକାରୋ ଦଳ ପକ୍ଷରୁ ଉତ୍ତମ କୁମାର ୨୭ ବଲରେ ୪୭ ରନ୍ କରି ଅପରାଜିତ ଥିବା ବେଳେ ନିଶାନ୍ତ କୁମାର ୨୧ ବଲରୁ ୪୫ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ବିଶାଖାପଟନମ୍‌ର ଲଭ ରାଜୁ ୨.୧ ଓଭରରେ ୨୧ ରନ୍ ଦେଇ ୨ ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ବିଶାଖାପାଟନମର ବି.ସ୍ୱସ୍ତିକଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଆନନ୍ଦପୁର ବିଧାନସଭା ବିଜେପି ନେତା ଆଲୋକ କୁମାର ସେଠୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ମାନସ ବେହୁରିଆ, ସେକ୍ ୟାକତ୍ ଅଲ୍ଲୀ, ପିଣ୍ଟୁ ଜେନା ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି, ଜୟନ୍ତ ପଣ୍ଡା, ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ବିଶ୍ୱଜିତ୍ ନାୟକ, ଅନୀଲ କୁମାର ସ୍ୱାଇଁ ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟରେ ସୌମ୍ୟଜିତ୍ ସାହୁ, ହାର୍ଦ୍ଧିକ କାଣ୍ଡି, ସଚୀନ ବିଶ୍ୱାଳ, ପ୍ରଶାନ୍ତ ନାୟକ, ଲିପୁନ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ୪ର୍ଥ ଦିନ ପୁଲ୍‌-‘ବିି’ର ୨ୟ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ସହିତ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ସଦସ୍ୟ ମାର୍କଣ୍ଡ ବେହେରା, ବିପିନ ନାୟକ, ଅଲେଖ ଧଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ