କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କରେ ସାଧାରଣତନ୍ତ୍ର ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ କଜଳାସ୍ଥିତ ମୁଖ୍ୟ ଶାଖା ପରିସରରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁ ପ୍ରସାଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ ଯେଉଁ ବରପୁତ୍ରମାନେ ଆମଦେଶକୁ ଏକ ସାର୍ବଭୈାମ, ସାଧାରଣତନ୍ତ୍ର ଦେଶ ଭାବେ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆମେ ଆଜି ସେହିମାନଙ୍କୁ ସ୍ମରଣ କରିବା ଉଚିତ। ଏଥିସହିତ ସେମାନଙ୍କ ନିଷ୍ଠା, କର୍ତ୍ତବ୍ୟ, ସାଧୁତା ଓ ଦକ୍ଷତା ଯେଭଳି ଥିଲା ଆମେ ଆଜି ଏହି ଶୁଭ ଅବସରରେ ତାକୁ ମନେ ପକାଇ ନିଜ ନିଜର କର୍ତ୍ତବ୍ୟ କର୍ମକୁ ଆଗେଇ ନେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ମହେନ୍ଦ୍ର ପରିଡା, ପ୍ରଫୁଲ୍ଲ ସାହୁ, ବିଧୁଭୂଷଣ ମହାପାତ୍ର, ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜୀବଲୋଚନ ପଣ୍ଡା, ସୁରେଶ ପରିଡା, ହିମାଂଶୁ ଲେଙ୍କା, ଲଲାଟେନ୍ଦୁକେଶରୀ ଦାସ, ମିନାକ୍ଷୀ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ