ସ୍କୁଲ ପିଲା ଭାଙ୍ଗିଦେଲେ ଡ୍ରମ ବାଜା: ଥାନାରେ ଏତଲା
ଦିଗପହଣ୍ଡି,: (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲ ର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲ ରେ ଥିବା ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକ ଭାଙ୍ଗି ନଷ୍ଟ କରିଦେଇଛନ୍ତି।ସୋମବାର ସାଧାରଣତନ୍ତ୍ର ଦିବସ ପରେଡ଼ ରେ ସ୍କୁଲ ପିଲା ମାନେ ଡ୍ରମ ବାଦନ କରିଥିଲେ।ସ୍କୁଲ ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଛାତ୍ର ମାନେ ଉକ୍ତ ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକୁ ଧରି ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମ୍ମିଳିତ ପରେଡ଼ ରେ ଅଂଶଗ୍ରହଣ କରି ଡ୍ରମ ବ୍ୟାଣ୍ଡ ବାଜା ବାଜାଇଥିଲେ।ପରେ ସେଗୁଡ଼ିକୁ ସ୍କୁଲ ପରିସରରେ ଭାଙ୍ଗି ଦେଇ ରଖି ଦେଇଥିଲେ।ମଙ୍ଗଳବାର ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ କୁମାର ମହାନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଛାତ୍ର ମାନଙ୍କୁ ଡକାଇ ପଚରା ଉଚୁରା କରିଥିଲେ।ସେମାନେ ଏନେଇ କିଛି ଜାଣିନଥିବା ପ୍ରକାଶ କରିବା ପରେ ଥାନାରେ ଏତଲା ଦେବାପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।ହାଇସ୍କୁଲ ରେ କିଛି ଛାତ୍ର ବାରମ୍ବାର ଏଭଳି ବିଶୃଙ୍ଖଳା କରୁଛନ୍ତି।କିଛିଦିନ ପୂର୍ବେ ସ୍କୁଲ ର ସମସ୍ତ ସିସିଟିଭି ଗୁଡ଼ିକୁ କିଛି ଛାତ୍ର ଯୋଜନାବଦ୍ଧ ଭାବେ ଭାଙ୍ଗି ନଷ୍ଟ କରିଦେଇଥିଲେ। ସ୍କୁଲ ର କିଛି ଅମାନିଆ ଛାତ୍ର ଏଭଳି କାରବାର ରେ ଲିପ୍ତ ରହୁଥିବା ରୁ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି।


