କେନ୍ଦ୍ରାପଡା ମହାବିଦ୍ୟାଳୟ ଦ୍ୱାରା ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଞ୍ଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି ସାବଧାନ କରାଯାଇଥିଲା। ଏଥିରେ ବିଭାଗୀୟ ମୁଖ୍ୟ ୱାଇ. ପଦ୍ନାବତୀ ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାଶ, ବାବୁଲା ବେହେରା, ଗିରୀଶ କୁମାର ସାହୁ, ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଲାଭାର୍ôଥ ମହିଳା ଯୋଗ ଦେଇଥିଲେ । ପରିଶେଷରେ ମହିଳାମାନଙ୍କୁ ସଚେତନତା ପୂର୍ବକ ଗ୍ରାମ ପରିକ୍ରମା କରାଯାଇ ଏସମ୍ବନ୍ଧୀୟ ଏକ ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଲେଙ୍କା, ପ୍ରତିଭା ରାୟ, ରଶ୍ମୀଅଞ୍ଜନା ସାହୁ, ଶୁଭଙ୍କର ସିଂ, ଅବିନାଶ ନାଥ, ସୈାମ୍ୟରଞ୍ଜନ ପରିଡା, ଭବାନୀଶଙ୍କର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଗ୍ରାମର ମୁରବୀମାନେ ଏପରି କାର୍ଯ୍ୟକ୍ରମକୁ


